ଇସିଙ୍କ ୱେବ୍ସାଇଟ୍ ହ୍ୟାକ୍ କରିବାକୁ ୬୮ ଲକ୍ଷ ଥର ଉଦ୍ୟମ
ନୂଆଦିଲ୍ଲୀ: ଚଳିତମାସ ୪ରେ ପଶ୍ଚିମବଙ୍ଗ ସମେତ ଚାରି ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଗଣତି ପ୍ରକ୍ରିୟା ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା କରାଯାଇଛି। ଉକ୍ତ ଦିନ ନିର୍ବାଚନ କମିସନ (ଇସି)ଙ୍କ ୱେବ୍ସାଇଟ୍ ହ୍ୟାକ୍ କରିବାକୁ ୬୮ ଲକ୍ଷ ଥର ଉଦ୍ୟମ କରାଯାଇଥିଲା ବୋଲି ଇସି ସୂଚନା ଦେଇଛନ୍ତି। ଦେଶ ବିଦେଶରେ ସକ୍ରିୟ ଥିବା ସାଇବର ଅପରାଧୀମାନେ ଏହି ଅପଚେଷ୍ଟା କରିଥିଲେ ବୋଲି କୁହାଯାଇଛି। ତେବେ ଇସିଙ୍କ ଆଇଟି ପ୍ଲାଟଫର୍ମ ଇସିଆଇଏନଇଟି (ଇସିନେଟ୍)ର ସାଇବର ପ୍ରୋଟୋକଲ ଏତେ ମଜଭୁତ ଥିଲା ଯେ ସାଇବର ଅପରାଧୀଙ୍କ ଗୋଟିଏ ହେଲେ ଉଦ୍ୟମ ସଫଳ ହୋଇପାରିନଥିଲା। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଇସିଙ୍କ ପକ୍ଷରୁ ଚଳିତବର୍ଷ ଜାନୁଆରୀରେ ତ୍ବରିତ୍ ରିପୋର୍ଟିଂ ଓ ଫଳାଫଳର ସ୍ବଚ୍ଛତା ପାଇଁ ଇସିନେଟ୍ ପ୍ରଚଳନ କରାଯାଇଥିଲା। ଏପ୍ରିଲ ୯, ୨୩ ଓ ୨୯ରେ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ ମେ’ ୪ରେ ଫଳାଫଳ ଘୋଷଣା କରାଯାଇଥିଲା।
Powered by Froala Editor