ବାଲିଅନ୍ତାରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥଳ ପରିଦର୍ଶନ କଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର : ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ପହଞ୍ଚିଛନ୍ତି। ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥଳ ପରିଦର୍ଶନ ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଯୁବକଙ୍କୁ ମାଡ କରି ଗୁରୁତର କରିଥିଲେ ସ୍ଥାନୀୟଲୋକେ। ପୁଲିସ ଉଦ୍ଧାର କରି ମେଡିକାଲ ନେବା ବାଟରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପ୍ରାଥମିକ ତଦନ୍ତ ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ଏହାସହ ପୀଡିତାଙ୍କ ଘରେ ପହଞ୍ଚି ବୟାନ ନେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା।
Powered by Froala Editor