ସରି ଆସିଲାଣି ପେଟ୍ରୋଲ, ଡିଜେଲ: ତେଲ ଟାଙ୍କିରେ ଭିଡ
ଗତ ଫେବୃଆରୀ ୨୮ରୁ ଇରାନ୍ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ଆରବ ଦେଶଗୁଡ଼ିକରୁ ବିଭିନ୍ନ ଦେଶକୁ ତୈଳ, ଗ୍ୟାସ୍ ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ ହେଉଥିବା ସାମୁଦ୍ରିକ ପଥ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’କୁ ଇରାନ୍ ନିଜ ନିୟନ୍ତ୍ରଣରେ ରଖିଛି। କିଛି ସପ୍ତାହ ହେଲା ଯୁଦ୍ଧ ବିରତି ରହିଥିଲେ ମଧ୍ୟ ହର୍ମୁଜ୍ରେ ସାମଗ୍ରୀ ପରିବହନ ସ୍ୱାଭାବିକ ହୋଇପାରୁନାହିଁ।
ମାଲକାନଗିରି, କଳାହାଣ୍ଡି , ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ପେଟ୍ରୋଲ ପମ୍ପରେ ଟାଙ୍କ ଖାଲି ହେବାକୁ ବସିଲାଣି। ପେଟ୍ରୋଲ ଓ ଡିଜେଲ ପାଇଁ ପମ୍ପରେ ଲାଗୁଛି ଲମ୍ବା ଲାଇନ୍। ତେଲ ପାଇଁ ଟାଙ୍କିରୁ ଟାଙ୍କି ଘୂରି ବୁଲୁଛନ୍ତି ଗ୍ରାହକ। କିଛି ପେଟ୍ରୋଲ ପମ୍ପ ସମ୍ପର୍ଣ୍ଣ ବନ୍ଦ ହେବା ସ୍ଥିତିରେ। ଏପଟେ କଳକାରଖାନା ବ୍ୟବହୃତ ଗାଡ଼ିକୁ ବାହାର ତେଲ ଟାଙ୍କିରେ ଡିଜେଲ ପକାଉଛି। ତେଣୁ ଟାଙ୍କିରେ ଡିଜେଲର ଅସ୍ବାଭିବକ ବିକ୍ରି ବୃଦ୍ଧି ପାଇଛି। ସେପଟେ ପଡୋଶୀ ଆନ୍ଧ୍ର ପ୍ରଦେଶ ଗତ ସପ୍ତାହରେ ୪୦୦ରୁ ଅଧିକ ପେଟ୍ରୋଲ ପମ୍ପ ଶୁଷ୍କ ହୋଇଯାଇଥିଲା ଜଣାପଡିଛି।
ଲୋକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ପେଟ୍ରୋଲ ଓ ଡିଜେଲ ଦେବା ପରିବର୍ତ୍ତେ ନିର୍ଦ୍ଧାରିତ ପରିମାଣର ଦିଆଯାଉଛି। ଏହାକୁ ନେଇ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ୩ଟି ପେଟ୍ରୋଲ ପମ୍ପ ବାରମ୍ୱାର ବନ୍ଦ ହେଉଥିବା ଜଣାପଡ଼ିଛି।
ବୁଧବାର ସକାଳ ୬ଟାରୁ ଲମ୍ୱା ଲାଇନ ଲାଗିଥିଲା। ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଗାୟତ୍ରୀ ପଟ୍ଟନାୟକ ଓ ଅନ୍ୟ ୨ଜଣ କର୍ମଚାରୀ ଓ ପୋଲିସ ଗଙ୍ଗା ଫୁଏଲ ପେଟ୍ରୋଲ ପମ୍ପରେ ରହିଥିଲେ। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ଉକ୍ତ ପମ୍ପରୁ ତେଲ ସରିଯାଇଥିଲା।
Powered by Froala Editor