୮ ରୁ ଆରମ୍ଭ ହେବ ସପ୍ଲିମେଣ୍ଟାରି ଫର୍ମ ପୂରଣ
କଟକ: ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରି (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ। ଅନ୍ଲାଇନ ଜରିଆରେ ବୋର୍ଡ ଓ୍ବେବ୍ସାଇଟ୍ www.bseodisha.ac.inରେ ଉପଲବ୍ଧ ଲିଙ୍କ୍ରେ ଫର୍ମ ପୂରଣ ଓ ଦେୟ ଦାଖଲ କରାଯାଇପାରିବ। ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀମାନେ ନିଜ ହାଇସ୍କୁଲର ମୁଖ୍ୟମାନଙ୍କ ଦ୍ୱାରା ଏବଂ ପତ୍ରମାଧ୍ୟମ ପରୀକ୍ଷାର୍ଥୀମାନେ ବୋର୍ଡର ଶାଖା କାର୍ଯ୍ୟାଳୟରେ ସହସମ୍ପାଦକଙ୍କ ଦ୍ୱାରା ଫର୍ମ ପୂରଣ କରିବେ। ଫର୍ମ ପୂରଣ ଓ ଦେୟ ଦାଖଲ ମେ’ ୮ ତାରିଖ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ମେ’ ୧୮ ତାରିଖ ରାତ୍ର ୧୧.୪୫ ଯାଏ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor