ବ୍ୟବସାୟୀଙ୍କ ଘରୁ ୧୦ ଲକ୍ଷ୍ ଟଙ୍କା ସହ ୧୫ ଭରି ସୁନା ଲୁଟିନେଲେ ଦୁର୍ବୃତ୍ତ
ଲାଞ୍ଜିଗଡ: କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଜନଗନ୍ନାଥପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆନନ୍ଦ ଅଗ୍ରୱାଲଙ୍କ ଘରେ ରାତି ଅଧରେ ବେକରେ ଛୁରି ଲଗାଇ ଲୁଟି ନେଲେ ଦୁର୍ବୃତ୍ତ ।
ସୂଚନା ଅନୁସାରେ, ରାତି ପ୍ରାୟ ୨ଟାରୁ ସାଢେ ୨ଟା ମଧ୍ୟରେ ୫ ରୁ ୬ ଜଣ ଡକାୟତ ମୁହଁରେ ମୁଖା ପିନ୍ଧି ସାମ୍ନା ଗେଟ ତାଲା ଭାଙ୍ଗି ଘର ଭିତରେ ପଶିଥିଲେ । ଆନନ୍ଦ ଅଗ୍ରୱାଲ ଏବଂ ତାଙ୍କ ସ୍ତ୍ରୀ ବବିତା ଅଗ୍ରୱାଲ ଶୋଇଥିବା ବେଳେ ତାଙ୍କୁ ଉଠାଇ ବେକରେ ଛୁରି ଲଗାଇ ନଗଦ ୧୦ ଲକ୍ଷ୍ ଟଙ୍କା ଓ ପ୍ରାୟ ୧୫ ଭରି ସୁନା ଓ ୨୦ ଭରି ରୁପା ନେଇଯାଇଥିବା ଜଣାପଡିଛି ।
Powered by Froala Editor