ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟାଳୟ
ଓଡ଼ିଶାର ବିଭିନ୍ନ ଅଦାଲତଙ୍କ ଦ୍ୱାରା ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନବେଳେ ନିର୍ଦ୍ଧାରିତ ସର୍ତ୍ତାବଳୀକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ । ଦଳିତ ଓ ଆଦିବାସୀ ଅଭିଯୁକ୍ତଙ୍କୁ ଥାନା ସଫା କରିବା ଭଳି 'ଅପମାନଜନକ' ଜାମିନ ସର୍ତ୍ତ ରଖିଥିବାରୁ ଓଡ଼ିଶା ହାଇକୋର୍ଟ ଏବଂ ଜିଲ୍ଲା ଅଦାଲତଗୁଡ଼ିକୁ କଡ଼ା ଭର୍ତ୍ସନା କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ।
ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓଡ଼ିଶା ନ୍ୟାୟପାଳିକାର ଜାମିନ ପ୍ରଦାନ ଶୈଳୀକୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଥାନା ସଫା କରିବା ପାଇଁ ନିର୍ଦ୍ଦେଶ ଦେବା 'ଅତ୍ୟନ୍ତ ନିନ୍ଦନୀୟ' ଏବଂ 'ବିକୃତ'। ଏହା ମଣିଷର ମର୍ଯ୍ୟାଦା ଉପରେ ଆଘାତ ଦେବା ସହ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ପୂର୍ବରୁ ଧରିନେବା ସଦୃଶ।
ଏହା ସହ ନିଜଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିଲେ। ୪ ସପ୍ତାହ ସୁଦ୍ଧା ଅନୁପାଳନ ରିପୋର୍ଟ ଦାଖଲ ପାଇଁ ମଧ୍ୟ ହାଇକୋର୍ଟଙ୍କ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି।
ସିଜେଆଇ ପ୍ରଶ୍ନ କରିଛନ୍ତି, "୭୫ ବର୍ଷର ସ୍ୱାଧୀନତା ପରେ ୨୦୨୬ ମସିହାରେ ଆମେ ଏଭଳି ନ୍ୟାୟ ପ୍ରଦାନ କରୁଛେ କି?"
Powered by Froala Editor