୯ରେ ପଶ୍ଚିମବଙ୍ଗରେ ଶପଥ ଗ୍ରହଣ, ମୁଖ୍ୟମନ୍ତ୍ରୀ ହେବାକୁ ଏମାନଙ୍କ ନାଁ ଆଗରେ...
ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ପରେ ମେ ୧୦ ତାରିଖ ପୂର୍ବରୁ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ମେ ୯ ତାରିଖରେ ପଡୁଥିବାରୁ ଏହି ତାରିଖକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ସୂଚନା ଦେଇ କହିଛନ୍ତି ଯେ, ମେ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ।
ବିଜେପିର ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇଥିବା ବିଜେପିର ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନାଁ ସବୁଠୁ ଆଗରେ ରହିଛି।
ଶୁଭେନ୍ଦୁ ଅଧିକାରୀ ସମେତ ଅନେକ ବରିଷ୍ଠ ବିଜେପି ନେତା ଦିଲ୍ଲୀରେ ଅମିତ ଶାହଙ୍କ ସହ ସରକାର ଗଠନ ରଣନୀତି ଉପରେ ଆଲୋଚନା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ସେହିପରି ବରିଷ୍ଠ ନେତା ଦିଲୀପ ଘୋଷ, ସମିକ ଭାଟାଚାର୍ଯ୍ୟଙ୍କ ନାଁ ମଧ୍ୟ ରେସରେ ଅଛନ୍ତି। ସେହିପରି ମହିଳା ଚେହେରା ଭାବେ ଅଗ୍ନିମିତ୍ରା ପାଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।
Powered by Froala Editor