ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ, ଚାଲିଗଲା ଜୀବନ
ସିମୁଳିଆ: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତରେ ଯୁବକଙ୍କୁ ପିଟିପିଟି ମାରିଦେଲେ। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର ସୁଦର୍ଶନ ସୂତାରଙ୍କ ପୁଅ ସୁବାଷ(୪୦) କାଞ୍ଚପଡା ପଞ୍ଚାୟତ ବିରବ୍ରହ୍ମପୁର ଗାଁର ଭଗବାନ କରଙ୍କ ଝିଅକୁ ମୋବାଇଲରେ ପ୍ରେମ ନିବେଦନ କରିଥିଲା। ପରବର୍ତ୍ତୀ ସମୟରେ ଏହା ଜାଣିପାରି ଉତ୍ତକ୍ଷିପ୍ତ ହୋଇ ଭଗବାନ ଗାଡି ସାହାଯ୍ୟରେ ସୁବାଷକୁ ଟେକି ନେଇ ବିରବ୍ରହ୍ମପୁର ସ୍କୁଲ ପରିସରରେ ଥିବା ଅଙ୍ଗନବାଡି ପକ୍କା ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ସୁବାସର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
Powered by Froala Editor