ଆଜି କୋଲକାତାରେ ବିଜୟ ସେଲିବ୍ରେସନ କରିବାକୁ ମନା
କଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଟିଏମସି କର୍ମୀ-ବିଜେପି କର୍ମୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । କଲକାତା ଆଗେଇ ଚାଲିଛି ବିଜେପି । ଏହାରି ଭିତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୋଟ ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ପୁଲିସ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କଲକାତା ଆଜି ବିଜୟ ସେଲିବ୍ରେସନ କରିବାକୁ ମନା କରାଯାଇଛି । ଗଣତି ରାତି ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ସେଲିବ୍ରେସନ ମନା କରାଯାଇଛି । କୋଲକାତା ପୁଲିସର କ୍ଷେତ୍ରାଧିକାର ମଧ୍ୟରେ ସାର୍ବଜନୀନ ଶୃଙ୍ଖଳା, ଶାନ୍ତି ଏବଂ ସଦ୍ଭାବନା ବଜାୟ ରଖିବା ପାଇଁ, ଏହା ଦ୍ଵାରା ସୂଚିତ କରାଯାଉଛି ଯେ ୪ ମଇ, ୨୦୨୬ ରେ ନିର୍ବାଚନ ଫଳାଫଳ ସହିତ ଜଡିତ କୌଣସି ବିଜୟ ଶୋଭାଯାତ୍ରା, ରାଲି କିମ୍ବା ସାର୍ବଜନୀନ ଉତ୍ସବ ଅନୁଷ୍ଠିତ ହେବ ନାହିଁ । ଏହି ନିଷେଧ ସମସ୍ତ ରାଜନୈତିକ ଦଳ କିମ୍ବା ଗୋଷ୍ଠୀ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ
Powered by Froala Editor