ରାଜ୍ୟରେ ୭ ଯାଏଁ କାଳବୈଶାଖୀ ବର୍ଷା
ଭୁବନେଶ୍ଵର:ରାଜ୍ୟରେ ଆସନ୍ତା ୭ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ । କାଳବୈଶାଖୀ ଯୋଗୁ ଆସନ୍ତା ଦୁଇ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆଜି ମଧ୍ୟ କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବାବେଳେ ପବନର ବେଗ ୫୦ରୁ ୬୦ କିଲୋମିଟର ଯାଏଁ ବହିପାରେ। ଦିନେ ଦୁଇ ଦିନ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ଅନେକ କ୍ଷୟକ୍ଷତି ମଧ୍ୟ ଦେଖିବାକୁ ମିଳିଛି । କାଳବୈଶାଖୀର ତାଣ୍ଡବରେ କଳାହାଣ୍ଡିଆ ମେଘ ସହ ଝଡ଼ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଥିଲା ଜନଜୀବନ ।
ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କାଳ ରାତ୍ରିରେ କାଳ ସାଜିଲା କାଳବୈଶାଖୀ । ମଧ୍ୟ ରାତ୍ରରେ ପ୍ରଚଣ୍ଡ ଶବ୍ଦ କରି ବଜ୍ରାଘାତ ସାଙ୍ଗକୁ ଖୁବ୍ ଜୋର୍ ରେ ଝଡତୋଫାନ ହୋଇଥିଲା । ରାସ୍ତା ଉପରେ ଉପୁଡି ପଡିଥିଲା ବିରାଟ ବିରାଟ ଗଛ ।
Powered by Froala Editor