ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ସଲିମ ଡୋଲା
ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଏଜେନ୍ସି ଗୁଡ଼ିକୁ ଏକ ବଡ଼ ସଫଳତା ମିଳିଛି। କୁଖ୍ୟାତ ଡ୍ରଗ୍ସ ଚାଲାଣକାରୀ ଏବଂ ପଳାତକ ଆତଙ୍କବାଦୀ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ସଲିମ ଡୋଲାଙ୍କୁ ସମ୍ପ୍ରତି ତୁର୍କୀର ଇସ୍ତାନବୁଲରେ ଗିରଫ କରାଯାଇଥିଲା। ତାଙ୍କୁ ବର୍ତ୍ତମାନ ଭାରତକୁ ଅଣାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ଏକ ମିଳିତ ଅନ୍ତର୍ଜାତୀୟ ଅଭିଯାନ ପରେ କରାଯାଇଥିଲା। ଆଜି ସକାଳେ ତାଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ବିମାନବନ୍ଦରକୁ ଅଣାଯାଇଥିଲା। ଯେଉଁଠାରେ ତାଙ୍କୁ ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ଅଟକ ରଖିଥିଲେ। ବର୍ତ୍ତମାନ ତାଙ୍କୁ ଦିଲ୍ଲୀରେ ପଚରାଉଚରା କରାଯାଉଛି । ଏବଂ ଅଧିକ ତଦନ୍ତ ପାଇଁ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ହସ୍ତାନ୍ତର କରାଯିବ।
ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଅନୁଯାୟୀ, ଡୋଲା ପ୍ରାୟ ୫ ହଜାର କୋଟି (୧.୫ ବିଲିୟନ ଆମେରିକୀୟ ଡଲାର)ର ଏକ ବଡ଼ ଆନ୍ତର୍ଜାତୀୟ ଡ୍ରଗ୍ସ ନେଟୱାର୍କର ଅଂଶ ଥିଲା। ଏହି ନେଟୱାର୍କ ନିଶାଦ୍ରବ୍ୟର ଚୋରା ଚାଲାଣ ଏବଂ ଅବୈଧ ବାଣିଜ୍ୟରେ ଜଡିତ ଥିଲା।
Powered by Froala Editor