ଡେପୁଟି କମିଶନରଙ୍କ ବାସଭବନରେ ଇଡି ଚଢାଉ
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲକତା ପୁଲିସ୍ ଡେପୁଟି କମିଶନର ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ବାସଭବନରେ ଚଢାଉ କରିଛି। ଇଡି ଆଜି ସକାଳ ପ୍ରାୟ ୭ଟା ସମୟରେ ବାଲିଗଞ୍ଜର ଫର୍ଣ୍ଣ ରୋଡରେ ଥିବା ତାଙ୍କ ଘରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ମିଳିଥିବା ରିପୋର୍ଟ ଅନୁଯାୟୀ ଡିସିପି ବିଶ୍ୱାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା କାଲିଘାଟ ପୋଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର ଭାବରେ କାର୍ଯ୍ୟ କରୁଥିଲେ।
ଆଜି ଇଡି ଟିମ୍ କଲକତାର ବାଲିଗଞ୍ଜ ଅଞ୍ଚଳରେ ଥିବା ବିଶ୍ୱାସଙ୍କ ବାସଭବନ ଏବଂ ବେହାଲାରେ ଥିବା ଜୟ କାମଦାରଙ୍କ ଘରେ ତଲାସ କରୁଛି। ସୋନା ପପ୍ପୁ ଏବଂ ଜୟ କାମଦାରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଚଢାଉ କରାଯାଉଥିବା ଜଣାପଡିଛି।
Powered by Froala Editor