ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ହିଂସାତ୍ମକ ରୂପ
ନୋଏଡାର ଫେଜ୍ ୨ ଅଞ୍ଚଳରେ ଘରୋଇ କମ୍ପାନୀଗୁଡିକର କର୍ମଚାରୀମାନଙ୍କ ଦ୍ୱାରା ଚାଲିଥିବା ୩ ଦିନିଆ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି । ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ପାଇଁ ବହୁ ସଂଖ୍ୟକ କର୍ମଚାରୀ ରାସ୍ତାକୁ ଓହ୍ଲାଇଛନ୍ତି । ପୁଲିସ୍-ଶ୍ରମିକ ମୁହାଁମୁହିଁ ହୋଇଛନ୍ତି । ପୁଲିସ ଏବଂ ଶ୍ରମିକଙ୍କ ମଧ୍ୟରେ ସଂଘର୍ଷ ଫଳରେ ଭଙ୍ଗାରୁଜା ଏବଂ ପୋଡ଼ାଜଳା ହୋଇଛି । ପୁଲିସ୍ ଗାଡି ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ ଶ୍ରମିକ । ଯାହା ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ ସ୍ପ୍ରେ କରିଛି । ପୁଲିସ୍ ଭିଡ ନିୟନ୍ତ୍ରଣ ପାଇଁ ବଳ ପ୍ରୟୋଗ କରିଥିଲା । ହେଲେ ଉତ୍ତେଜନା କମିବା ପରିବର୍ତ୍ତେ ବଢିଥିଲା ।
ଆନ୍ଦୋଳନକାରୀ ଦୀର୍ଘ ଦିନ ଦରମା ବୃଦ୍ଧି ଏବଂ କାର୍ଯ୍ୟ ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଦାବି କରି ଆସୁଛନ୍ତି । ସେମାନେ କହିଛନ୍ତି ଯେ ମୁଦ୍ରସ୍ପୀତି ସମ୍ମୁଖରେ ସେମାନଙ୍କର ବର୍ତ୍ତମାନର ଦରମା ପର୍ଯ୍ୟାପ୍ତ ନୁହେଁ, ଯାହା ସେମାନଙ୍କ ଜୀବିକାକୁ ପ୍ରଭାବିତ କରୁଛି ବୋଲି କହିଥିଲେ । ପରିସ୍ଥିତି ଉତ୍ତେଜେନାପୂର୍ଣ୍ଣ ଦେବା ପରେ ପୁଲିସ ଏବଂ ପ୍ରଶାସନ ତତ୍ପର ହୋଇ ଉଠିଥିଲେ । ଘଟଣାସ୍ଥଳରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ପ୍ରଦର୍ଶନକାରୀଙ୍କୁ ଶାନ୍ତ କରିବାକୁ ପ୍ରାୟସ କରାଯାଇଥିଲା । କିନ୍ତୁ ଭିଡ ନିୟନ୍ତ୍ରଣ ବାହାରକୁ ଯାଇଥିଲା । ପୁଲିସ୍ ବଳ ପ୍ରୟୋଗ କରିଥିଲା । ରିପୋର୍ଟ ଅନୁସାରେ, ସେକ୍ଟର ୮୪ରେ ଦୁଇଟି ଗାଡି ଜାଳି ଦିଆଯାଇଛି । ଫେଜ ୨ରେ ବିଭିନ୍ନ ଅଞ୍ଚଳରେ କର୍ମଚାରୀମାନେ ରାସ୍ତା ଅବରୋ% କରି ପ୍ରତିବାଦକୁ ତୀବ୍ର କରିଛନ୍ତି । ଅନେକ ଅଞ୍ଚଳରେ ପରସ୍ଥିତି ସ୍ୱାଭାବିକ ହୋଇଥିଲା କିନ୍ତୁ କିଛି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି ।
ଅଭିଯାଗ ହୋଇଛି ଯେ, ଉତ୍ତ୍ୟକ୍ତ କର୍ମୀମାନେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ ଏବଂ ଘଟଣାସ୍ଥଳରେ ଠିଆ ହୋଇଥିବା ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ । ଯାହା ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା । ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
Powered by Froala Editor