ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ
ପଟ୍ଟାଙ୍ଗି : କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ ହୋଇଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଭବାନୀପାଟଣାରୁ ପଡୋଶୀ ଆନ୍ଧ୍ର ରାଜ୍ୟ ବିଶାଖାପାଟଣାକୁ OSRTC ବିଭାଗର ଭୋଲଭ ବସ୍ (OD 02 DE 5446) ଅଭିମୁଖେ ଯାଉଥିଲା । ସୁଙ୍କି ଥାନାଠାରୁ ପ୍ରାୟ ୩ କିଲୋମିଟର ଦୂରତା ପଣସମାନଗୁଡି ଗ୍ରାମ ନିକଟସ୍ଥ ଘାଟିରେ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଦୁର୍ଘଟଣା ଘଟିଥିଲା। ୪୦ ଫୁଟ୍ ତଳକୁ ବସ୍ଟି ଖସି ଓଲଟି ପଡିବା ଫଳରେ ବସ୍ରେ ରହିଥିବା ସମସ୍ତ ଯାତ୍ରୀ ବସ୍ ଭିତରେ ଖେଳି ଯିବା ସହ ଜଣେ ଯାତ୍ରୀ ବସ୍ ତଳେ ଚାପି ହୋଇ ଯାଇଥିଲେ । ଯିଏ କି କଳାହାଣ୍ଡି ଜିଲାର କଲମପୁର୍ ବ୍ଲକ ଅଧିନସ୍ଥ ବଲାଗାଁ ଗ୍ରାମର ଜାମ୍ବବ ବିହାରୀ। ତାଙ୍କୁ ଗୁରୁତର ଅବସ୍ଥାରେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରାଯାଇଛି। ସେପଟେ ୪ଜଣ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।
Powered by Froala Editor