ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଯାତ୍ରୀ ମୃତ
ମାଲକାନଗିରି : ଛତିଶଗଡ଼ର କାଙ୍କେର ଜିଲ୍ଲାରେ ୩୦ ନଂ ଜାତୀୟ ରାଜପଥ ସ୍ଥିତ ନଥିଆ ନୱାଗାଓଁ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଦୁଇ କାର ମୁହାଁମୁହିଁ ଧକ୍କା ହେବା ପରେ ଘଟିଥିବା ଏହି ଦୁର୍ଘଟଣାରେ ୬ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କାଙ୍କେର ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Powered by Froala Editor