ବିଜେପି ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି (ବିଜେପି) ଏପ୍ରିଲ ୬ ଅର୍ଥାତ ଆଜି ପାଳନ କରୁଛି ୪୭ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଦଳ ଦେଶ ପ୍ରଥମ ନୀତିରେ ପରିଚାଳିତ ହୋଇ ସମାଜ ସେବାରେ ଆଗୁଆ କର୍ମକର୍ତ୍ତାମାନେ ସେବା, ସମର୍ପଣ ଏବଂ ସୁଶାସନ ପ୍ରତି ଆଗ୍ରହ ପାଇଁ ଜଣାଶୁଣା। ବିଜେପି କର୍ମକର୍ତ୍ତାମାନେ ଲୋକଙ୍କୁ ଆମ ବିଚାରଧାରା ଏବଂ କାର୍ଯ୍ୟ ସହ ଯୋଡିବାରେ ସଫଳ ହୋଇଛନ୍ତି। ବିଜେପି ଲୋକଙ୍କ କଲ୍ୟାଣକୁ ଏହାର ଦୃଷ୍ଟିକୋଣର କେନ୍ଦ୍ରରେ ରଖେ। ବିଜେପି ଏକ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରତିବଦ୍ଧ।
ବିଜେପି ପ୍ରତିଷ୍ଠା ଦିବସ ଅବସରରେ କର୍ମକର୍ତ୍ତାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସମାଜର ଶେଷ ଧାଡିରେ ଥିବା ଲୋକଙ୍କ କଲ୍ୟାଣର ମୂଳ ଭାବନା ସହ ଆରମ୍ଭ ହୋଇଥିବା ବିଜେପି, ମୋଦୀଙ୍କ ନେତୃତ୍ୱରେ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ’ ମନ୍ତ୍ରକୁ ସାକାର କରିଛି ବୋଲି ଗୃହମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଦଳୀୟ କର୍ମୀ ବିକଶିତ ଭାରତ ପାଇଁ କାର୍ଯ୍ୟ କରୁଛନ୍ତି।
ବିଜେପି ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ଉପରେ ବିଶ୍ୱାସ ରଖିଥିବା ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ସେହିପରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ବିଜେପି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ପତାକା ଉତ୍ତୋଳନ କରିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଦଳର ବହୁ ବରିଷ୍ଠ ନେତୃବୃନ୍ଦ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।
Powered by Froala Editor