ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ, ଦୁଇ ମୃତ
ରାଉରକେଲା : ଢାବା ଭିତରେ ପଶିଗଲା କାର୍, ଦୁଇ ଯୁବକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ବୀରମିତ୍ରପୁର ନୂଆ ଗାଁର ୧୪୩ ନମ୍ବର ଜାତୀୟ ରାଜପଥରେ। ବୀରମିତ୍ରପୁରରୁ ରାଉରକେଲା ଆସୁଥିବା ଏକ କାର ଯମୁନାନାକି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଦୁର୍ଘଟଣାରେ କାର୍ ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ୍ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣାପଡିନାହିଁ। ଗୁରୁତର ହୋଇଥିବା ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩ ଜଣ ରାଉରକେଲା ଟିସିଆଇ ଅଞ୍ଚଳର ବୋଲି ସୂଚନା ମିଳିଛି । ପୁଲିସ୍ ତଦନ୍ତ ଜାରି ରଖିଛି।
Powered by Froala Editor