୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା
ଭୁବନେଶ୍ୱର: ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ରାଜ୍ୟରେ ଆହୁରି ୨୪ ଘଣ୍ଟା ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଥିସହ ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେବ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶୁକ୍ରବାର ଅପେକ୍ଷା ଶନିବାର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ରାଜ୍ୟର ୩ଟି ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ ଓ ତା’ଠାରୁ ଅଧିକ ରହିଛି। ୪୦.୨ ଡିଗ୍ରୀ ସହିତ ତାଳଚେର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିବାବେଳେ ଝାରସୁଗୁଡା ଓ ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ରହିଥିଲା। ସେହିପରି ଅନୁଗୋଳରେ ୩୯.୭ ଡିଗ୍ରୀ, ଭଦ୍ରକ ୩୯.୩, ବାରିପଦା, ସୁନ୍ଦରଗଡ଼ ଓ ବରଗଡ଼ରେ ୩୯ ଏବଂ ଭୁବନେଶ୍ୱରରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଛି।
ରବିବାର ଗଞ୍ଜାମ, ଗଜପତି ଏବଂ ରାୟଗଡା ଜିଲାରେ ଘଡ଼ଘଡ଼ି ସହିିତ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିରେ ମଧ୍ୟ ବର୍ଷା ପବନ ସହିତ ଘଡ଼ଘଡ଼ି ପାଇଁ ସତର୍କତା ଜାରି କରାଯାଇଛି।
Powered by Froala Editor