କୋରଡା ବାଣ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯୁବକ
ଦଶପଲ୍ଲା : ନୂଆଁଗାଁ କୋରଡା ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯୁବକ। ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମୀନାଗାଡିଆ ଗାଁର ବାପି ନାହାକ, ଘରେ ରହି ବାଣ ଭିଡିବା ସମୟରେ ଏଭଳି ଅଘଟଣ ଘଟିଥିଲା। ଏବେ ମଧ୍ୟ ଏମସରେ ୨ ଓ ଏସସିବିରେ ୩ ଜଣ ଚିକିତ୍ସାଧୀନ ରହିଛନ୍ତି।
ସୂଚନାନୁଯାୟୀ, ବାଣ ଭିଡିବା ବେଳେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟି ୬ ଜଣ ଗୁରୁତର ହୋଇଥିଲେ। ନୂଆଗାଁ ଥାନା କୋରଡା ଗାଁରେ ଘରେ ବାଣ ଭିଡିବା ବେଳେ ଏହି ଅଘଟଣ ଘଟିଥିଲା। ୭ ତାରିଖରେ ହେବାକୁ ଥିବା ଲଙ୍କାପୋଡି ଉତ୍ସବ ପାଇଁ ବାଣ ଭିଡିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା।।
Powered by Froala Editor