ପୁଷ୍ଟିସାଧନରେ ବିଶ୍ୱରେ ଅଗ୍ରଣୀ ଆମୱେ ଆୟୁର୍ବେଦ ଉପରେ ବୃହତ୍ ଆସ୍ଥା ପ୍ରକଟକଲା

ନିଜର ପୁଷ୍ଟିସାଧନ ବର୍ଗମାଳାକୁ ସୁଦୃଢ କରୁଛି; ପ୍ରଚଳନ କଲା ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ
+ ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ ଡିଏନଏ ଫିଙ୍ଗରପ୍ରିଣ୍ଟ ହୋଇଥିବା ଗୁଳ୍ମ ଏବଂ ବିନା ପ୍ରିଜରଭେଟିଭ୍ରେ ୧୬ଟି ପ୍ରମାଣିକୃତ ଅର୍ଗାନିକ ଉପାଦାନକୁ ନେଇ ପ୍ରସ୍ତୁତ ହୋଇଛି
+ ୧୦୦ କୋଟି ଟଙ୍କାର ଚ୍ୟବନପ୍ରାସ ବଜାରକୁ ପ୍ରବେଶ କଲା; ପ୍ରଚଳନର ପ୍ରଥମ ବର୍ଷ ପ୍ରିମିୟମ ଚ୍ୟବନପ୍ରାସ ବର୍ଗରେ ୨୦% ବଜାର ଅଂଶ ଦଖଲ
ଲକ୍ଷ୍ୟ ରଖିଛି
ଭୁବନେଶ୍ୱର : ଦେଶର ଅନ୍ୟତମ ଅଗ୍ରଣୀ ଏଫଏମସିଜି ଡାଇରେକ୍ଟ ସେଲିଂ କମ୍ପାନୀ ଆମୱେ ଇଣ୍ଡିଆ ତାହାର ଛାମୁଆ ବ୍ରାଣ୍ଡ୍ ନ୍ୟୁଟ୍ରିଲାଇଟ ଅଧୀନରେ ‘ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ’ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ ଡିଏନଏ ଫିଙ୍ଗରପ୍ରିଣ୍ଟିଂ ଦ୍ୱାରା ସଠକ ପ୍ରମାଣିତ ପୋଷକ ସମୃଦ୍ଧ ୩୨ଟି ଗୁଳ୍ମର ଏକ ଦ୍ରବିଭୂତ ମିଶ୍ରଣ ଯାହା ୧୬ଟି ପ୍ରମାଣିକୃତ ଅର୍ଗାନିକ ଉପାଦାନରେ ପ୍ରସ୍ତୁତ ହୋଇଛି ଏବଂ ଏଥିରେ କୌଣସି ପ୍ରିଜରଭେଟିଭ ବ୍ୟବହାର କରାଯାଇନାହିଁ । ଭାରତର ପାରମ୍ପରିକ ଖାଦ୍ୟପ୍ରସ୍ତୁତି ଶୈଳୀରେ ପ୍ରେରିତ ହୋଇ ନ୍ୟୁଟ୍ରିଲାଇଟ ଚ୍ୟବନପ୍ରାସ ଫର୍ମୁଲେସନ ମୂଳତଃ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି, ଶରୀରକୁ ନୂଆ କାୟାକଳ୍ପ ପ୍ରଦାନ, ସାମର୍ଥ୍ୟ ଓ ଅନ୍ତର୍ନିହିତ ଶକ୍ତି ବୃଦ୍ଧି ସହିତ ଦୈନନ୍ଦିନ ସଂକ୍ରମଣ ବିରୋଧରେ ଲଢେଇ କରିବାରେ ସହାୟତା କରିବା ଲକ୍ଷ ରଖିଛି ।
ଏହି ଶୁଭାରମ୍ଭ ଦେଶରେ ବର୍ଦ୍ଧିତ ଆୟୁର୍ବେଦ ବଜାରର ଏକ ଆଖିଦୃଶିଆ ଅଂଶ ଦଖଲ କରିବା ରଣକୌଶଳ ସହିତ ଚ୍ୟବନପ୍ରାସ ବଜାରରେ
ଆମୱେର ପ୍ରବେଶ ଘଟାଇଛି ।
ଏହାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରି ଆମୱେ ଇଣ୍ଡିଆର ସିଇଓ ଶ୍ରୀ ଅଂଶୁ ବୁଧରାଜା କହିଛନ୍ତି, “ପାରମ୍ପରିକ ହର୍ବାଲ ବର୍ଗ ଉପରେ ଦୃଷ୍ଟିନିବଦ୍ଧ ସହିତ ଭିଟାମିନ ଏବଂ ଖାଦ୍ୟଭିତ୍ତିକ ପରିପୋଷଣ ବଜାରରେ ଆମୱେର ଅପ୍ରତିଦ୍ୱନ୍ଦ୍ୱୀ ଉପସ୍ଥିତି ଆମକୁ ଚ୍ୟବନପ୍ରାସ ବର୍ଗକୁ ସମ୍ପ୍ରସାରିତ ହେବାପାଇଁ ସ୍ୱାଭାବିକ ପଦକ୍ଷେପ ହୋଇଛି । ସଫଳ ଅଭିବୃଦ୍ଧି ଧାରା ଏବଂ ବିବିଧ ବର୍ଗରେ ଉପସ୍ଥିତି ସାମର୍ଥ୍ୟ ଆଧାରରେ ପ୍ରଥମ ବର୍ଷ ପ୍ରିମିୟମ ଚ୍ୟବନପ୍ରାସ ବର୍ଗରେ ଆମେ ୨୦% ବଜାର ଅଂଶ ଦଖଲ କରିବା ଲକ୍ଷ୍ୟ ରଖିଛୁ । ପାରମ୍ପରିକ ହର୍ବ ବର୍ଗମାଳା ଉପରେ ସ୍ୱତନ୍ତ୍ର ଦୃଷ୍ଟି ସହିତ ଆମେ ନିରନ୍ତର ନୂତନ ଉଦ୍ଭାବନ ଜାରି ରଖିବୁ ଏବଂ ଆମର ପୋଷଣ ବର୍ଗକୁ ଅଧିକ ସୁଦୃଢ କରିଚାଲିବୁ ।” ପୋଷଣ ବର୍ଗରେ
ଏକ ବିଶ୍ୱସ୍ତରୀୟ ଅଗ୍ରଣୀ କମ୍ପାନୀ ହୋଇଥିବା ଆମୱେ ପୋଷଣ ଏବଂ ରୋଗ ପ୍ରତିରୋଧ କ୍ଷେତ୍ରରେ ନିରନ୍ତର ଉତ୍ପାଦ ଉଦ୍ଭାବନ ଏବଂ ଅନନ୍ୟ ବିହନ-ଠାରୁ-ପରିପୋଷକ ପ୍ରକ୍ରିୟା ଜରିଆରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରିବା ପ୍ରୟାସ ଜାରି ରଖିଛି ।
ଏହାର ଶୁଭାରମ୍ଭ ସମ୍ପର୍କରେ ପ୍ରକାଶକରି ଆମୱେ ଇଣ୍ଡିଆର ସିନିୟର ଭାଇସ ପ୍ରେସିଡେଣ୍ଟ- ପୂର୍ବ ଓ ପଶ୍ଚିମ, ଶ୍ରୀ ଚନ୍ଦ୍ର ଭୂଷଣ ଚକ୍ରବର୍ତ୍ତୀ କହିଛନ୍ତି, “ଜନସାଧାରଣ ପୋଷଣ ଉପରେ ଗୁରୁତ୍ୱ ଦେଇ ସେମାନଙ୍କର କଲ୍ୟାଣ ନିମନ୍ତେ ସାମଗ୍ରିକ ଆଭିମୁଖ୍ୟକୁ ଆପଣାଉଥିବାରୁ ବିଶେଷ ଭାବରେ ଭାରତର ପାରମ୍ପରିକ ହର୍ବରୁ ପ୍ରସ୍ତୁତ ପୋଷଣ ପରିପୂରକ ସମେତ ଗୁଣାତ୍ମକ ମାନର ପୋଷଣ ଉତ୍ପାଦର ବର୍ଦ୍ଧିତ ଚାହିଦା ରହିଛି । ପୋଷଣ ଏବଂ କଲ୍ୟାଣ କ୍ଷେତ୍ରରେ ଆମର ବିଶେଷ ଜ୍ଞାନ ଆଧାରରେ ଆମେ ସ୍ୱେଦେଶୀ ସ୍ତରରେ ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ ପ୍ରସ୍ତୁତ କରିଛୁ । ଏହା ପାରମ୍ପରିକ ଭାରତୀୟ ଜ୍ଞାନ ଏବଂ ଆଧୁନିକ ବିଜ୍ଞାନର ଏକ ବାସ୍ତବ ସମ୍ମିଶ୍ରଣ । ଆମ ଉତ୍ପାଦ ସର୍ବୋଚ୍ଚ ମାନର ଶୁଦ୍ଧତା, ନିରାପତ୍ତା ଏବଂ ସାମର୍ଥ୍ୟକୁ ସୁନିଶ୍ଚିତ କରୁଛି ଏବଂ ଏହା ସରଳ ତଥା ସୂଚନାଭିତ୍ତିକ ଲେବଲ ସହିତ ଆସୁଛି ଯାହା ଉପଭୋକ୍ତାଙ୍କୁ ଅଧିକ ଭଲଭାବରେ ଏବଂ ସଚେତନ ଭାବରେ ପସନ୍ଦ କରିବାରେ ସହାୟକ ହେଉଛି । ସର୍ବାଧିକ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଣ ଏବଂ ସେମାନଙ୍କୁ ନିୟୋଜିତ ରଖିବାକୁ ସୁନିଶ୍ଚିତ କରିବାକୁ ପୂର୍ବାଞ୍ଚଳରେ ସମସ୍ତ ପ୍ଲାଟଫର୍ମରେ ଆମେ ଡିଜିଟାଲ ଆକ୍ସିଭେସନକୁ ପ୍ରଚଳନ କରୁଛୁ । ଆମେ ଏହି ଉତ୍ପାଦ ପ୍ରଚଳନ ସହିତ ପ୍ରତ୍ୟକ୍ଷ ବିକ୍ରେତାଙ୍କ ପାଇଁ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ ଏବଂ ମଲ୍ଟିମିଡିଆ ପ୍ରଚାର ଅଭିଯାନ ଆରମ୍ଭ କରିବୁ ଯାହା ବିବେକବନ୍ତ ଉପଭୋକ୍ତାଙ୍କୁ ଲକ୍ଷ୍ୟକରି ଏହି ବର୍ଗ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଦୃଷ୍ଟିନିବଦ୍ଧ କରିବ । ବ୍ରାଣ୍ଡ୍
ନ୍ୟୁଟିଲାଇଟ୍ର ମଜଭୁତ ପୃଷ୍ଠଭୂମି ଏବଂ ଏହା ଧାରଣ କରୁଥିବା ଅଂଶକୁ ନେଇ ଆମେ ଦୃଢ ନିଶ୍ଚିତ ଯେ ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ ନିଶ୍ଚିତ ଭାବରେ ଉପଭୋକ୍ତାଙ୍କର ଆସ୍ଥା ଜିତିବ ।”
ହର୍ବାଲ ପୁଷ୍ଟିସାଧନ ବର୍ଗ ସମ୍ପର୍କରେ ଅଧିକ ପ୍ରକାଶକରି ଆମୱେ ଇଣ୍ଡିଆର ସିଏମଓ ଶ୍ରୀ ଅଜୟ ଖାନ୍ନା କହିଛନ୍ତି, “ପାରମ୍ପରିକ ଉପାଦାନ ଥିବା ହର୍ବାଲ ଉତ୍ପାଦଗୁଡିକ ପ୍ରତି ଉପଭୋକ୍ତାଙ୍କର ଆଗ୍ରହ ପରିପ୍ରେକ୍ଷୀରେ ନ୍ୟୁଟ୍ରିଲାଇଟ ଟ୍ରାଡିସନାଲ ହର୍ବ୍ସ ରେଞ୍ଜ (ଏନଟିଏଚଆର) ୨୦୨୦ରେ ମଜଭୁତ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଲକ୍ଷ୍ୟ କରିଛି । ୩୫ ବର୍ଷରୁ କମ୍ ବୟସ ବର୍ଗରେ ଏହି ଉତ୍ପାଦ ବର୍ଗ ବିପୁଳ ଲୋକପ୍ରିୟ ହୋଇଛି, କାରଣ ଏନଟିଏଚଆର୍ର ୩୫ ବର୍ଷରୁ କମ୍ ବୟସର କ୍ରେତାଙ୍କ ସଂଖ୍ୟା ୨୦୨୦ରେ ୩୫%ରୁ ୪୫%କୁ ବୃଦ୍ଧି ଘଟିଥିବା ଆମେ ଲକ୍ଷ୍ୟ କରିଛୁ, ଯାହା ପାରମ୍ପରିକ ହର୍ବସ ପୋଷଣ ବର୍ଗ ପ୍ରତି ସେମାନଙ୍କର ଦୃଢ ପସନ୍ଦକୁ ପ୍ରତିଫଳିତ କରୁଛି । ଉପଭୋକ୍ତାଙ୍କ ପାଇଁ ଶୀର୍ଷସ୍ତରର ପୁଷ୍ଟିସାଧନ ଏକ ମୁଖ୍ୟ ଅଗ୍ରାଧିକାର ବିଷୟ ହୋଇଥିବାରୁ ଆମେ ଆଶା କରୁଛୁ ଯେ ୨୦୨୪ ସୁଦ୍ଧା ଆମୱେର ମୋଟ ବ୍ୟବସାୟ ମଧ୍ୟରେ ପୋଷଣ ବର୍ଗ ୬୫%କୁ ବୃଦ୍ଧିପାଇବ । ନ୍ୟୁଟ୍ରିଲାଇଟ ଟ୍ରାଡିସନାଲ ହର୍ବ ରେଞ୍ଜ୍ ବ୍ୟବସାୟ ତିନିଗୁଣ ବୃଦ୍ଧିପାଇବା ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ ୨୦୨୪ ସୁଦ୍ଧା ଏନଟିଏଚଆରରେ ପ୍ରାୟ ୧୦% ଅଂଶ ଦଖଲ କରିବ ।”