Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, September 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

  • ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ...

  • ପୃଥ୍ୱୀ ଶ’ଙ୍କ ସହ ସମ୍ପର୍କ ଭାଙ୍ଗିଲେ ...

  • ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ...

  • ୬୨ ପ୍ରତିଶତ ଜେନ୍-ଜି ଅବସର ପାଇଁ ନିବେଶ ...

  • ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ...

  • ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ...

  • ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ...

  • ନକଲି ଘିଅରେ ତିରୁପତି ଲଡୁ ତିଆରି

  • ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ...

ବାଣିଜ୍ୟ
Home ›› ବାଣିଜ୍ୟ ››ପୁଷ୍ଟିସାଧନରେ ବିଶ୍ୱରେ ଅଗ୍ରଣୀ ଆମୱେ ଆୟୁର୍ବେଦ ଉପରେ ବୃହତ୍‍ ଆସ୍ଥା ପ୍ରକଟକଲା

ପୁଷ୍ଟିସାଧନରେ ବିଶ୍ୱରେ ଅଗ୍ରଣୀ ଆମୱେ ଆୟୁର୍ବେଦ ଉପରେ ବୃହତ୍‍ ଆସ୍ଥା ପ୍ରକଟକଲା

2021-04-12 11:58:58
14947
Share:
Facebook
Twitter
E-Mail
WhatsApp
Telegram
ପୁଷ୍ଟିସାଧନରେ ବିଶ୍ୱରେ ଅଗ୍ରଣୀ ଆମୱେ ଆୟୁର୍ବେଦ ଉପରେ ବୃହତ୍‍ ଆସ୍ଥା ପ୍ରକଟକଲା
ନିଜର ପୁଷ୍ଟିସାଧନ ବର୍ଗମାଳାକୁ ସୁଦୃଢ କରୁଛି; ପ୍ରଚଳନ କଲା ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ + ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ ଡିଏନଏ ଫିଙ୍ଗରପ୍ରିଣ୍ଟ ହୋଇଥିବା ଗୁଳ୍ମ ଏବଂ ବିନା ପ୍ରିଜରଭେଟିଭ୍‍ରେ ୧୬ଟି ପ୍ରମାଣିକୃତ ଅର୍ଗାନିକ ଉପାଦାନକୁ ନେଇ ପ୍ରସ୍ତୁତ ହୋଇଛି + ୧୦୦ କୋଟି ଟଙ୍କାର ଚ୍ୟବନପ୍ରାସ ବଜାରକୁ ପ୍ରବେଶ କଲା; ପ୍ରଚଳନର ପ୍ରଥମ ବର୍ଷ ପ୍ରିମିୟମ ଚ୍ୟବନପ୍ରାସ ବର୍ଗରେ ୨୦% ବଜାର ଅଂଶ ଦଖଲ ଲକ୍ଷ୍ୟ ରଖିଛି ଭୁବନେଶ୍ୱର : ଦେଶର ଅନ୍ୟତମ ଅଗ୍ରଣୀ ଏଫଏମସିଜି ଡାଇରେକ୍ଟ ସେଲିଂ କମ୍ପାନୀ ଆମୱେ ଇଣ୍ଡିଆ ତାହାର ଛାମୁଆ ବ୍ରାଣ୍ଡ୍‍ ନ୍ୟୁଟ୍ରିଲାଇଟ ଅଧୀନରେ ‘ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ’ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ ଡିଏନଏ ଫିଙ୍ଗରପ୍ରିଣ୍ଟିଂ ଦ୍ୱାରା ସଠକ ପ୍ରମାଣିତ ପୋଷକ ସମୃଦ୍ଧ ୩୨ଟି ଗୁଳ୍ମର ଏକ ଦ୍ରବିଭୂତ ମିଶ୍ରଣ ଯାହା ୧୬ଟି ପ୍ରମାଣିକୃତ ଅର୍ଗାନିକ ଉପାଦାନରେ ପ୍ରସ୍ତୁତ ହୋଇଛି ଏବଂ ଏଥିରେ କୌଣସି ପ୍ରିଜରଭେଟିଭ ବ୍ୟବହାର କରାଯାଇନାହିଁ । ଭାରତର ପାରମ୍ପରିକ ଖାଦ୍ୟପ୍ରସ୍ତୁତି ଶୈଳୀରେ ପ୍ରେରିତ ହୋଇ ନ୍ୟୁଟ୍ରିଲାଇଟ ଚ୍ୟବନପ୍ରାସ ଫର୍ମୁଲେସନ ମୂଳତଃ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି, ଶରୀରକୁ ନୂଆ କାୟାକଳ୍ପ ପ୍ରଦାନ, ସାମର୍ଥ୍ୟ ଓ ଅନ୍ତର୍ନିହିତ ଶକ୍ତି ବୃଦ୍ଧି ସହିତ ଦୈନନ୍ଦିନ ସଂକ୍ରମଣ ବିରୋଧରେ ଲଢେଇ କରିବାରେ ସହାୟତା କରିବା ଲକ୍ଷ ରଖିଛି । ଏହି ଶୁଭାରମ୍ଭ ଦେଶରେ ବର୍ଦ୍ଧିତ ଆୟୁର୍ବେଦ ବଜାରର ଏକ ଆଖିଦୃଶିଆ ଅଂଶ ଦଖଲ କରିବା ରଣକୌଶଳ ସହିତ ଚ୍ୟବନପ୍ରାସ ବଜାରରେ ଆମୱେର ପ୍ରବେଶ ଘଟାଇଛି । ଏହାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରି ଆମୱେ ଇଣ୍ଡିଆର ସିଇଓ ଶ୍ରୀ ଅଂଶୁ ବୁଧରାଜା କହିଛନ୍ତି, “ପାରମ୍ପରିକ ହର୍ବାଲ ବର୍ଗ ଉପରେ ଦୃଷ୍ଟିନିବଦ୍ଧ ସହିତ ଭିଟାମିନ ଏବଂ ଖାଦ୍ୟଭିତ୍ତିକ ପରିପୋଷଣ ବଜାରରେ ଆମୱେର ଅପ୍ରତିଦ୍ୱନ୍ଦ୍ୱୀ ଉପସ୍ଥିତି ଆମକୁ ଚ୍ୟବନପ୍ରାସ ବର୍ଗକୁ ସମ୍ପ୍ରସାରିତ ହେବାପାଇଁ ସ୍ୱାଭାବିକ ପଦକ୍ଷେପ ହୋଇଛି । ସଫଳ ଅଭିବୃଦ୍ଧି ଧାରା ଏବଂ ବିବିଧ ବର୍ଗରେ ଉପସ୍ଥିତି ସାମର୍ଥ୍ୟ ଆଧାରରେ ପ୍ରଥମ ବର୍ଷ ପ୍ରିମିୟମ ଚ୍ୟବନପ୍ରାସ ବର୍ଗରେ ଆମେ ୨୦% ବଜାର ଅଂଶ ଦଖଲ କରିବା ଲକ୍ଷ୍ୟ ରଖିଛୁ । ପାରମ୍ପରିକ ହର୍ବ ବର୍ଗମାଳା ଉପରେ ସ୍ୱତନ୍ତ୍ର ଦୃଷ୍ଟି ସହିତ ଆମେ ନିରନ୍ତର ନୂତନ ଉଦ୍ଭାବନ ଜାରି ରଖିବୁ ଏବଂ ଆମର ପୋଷଣ ବର୍ଗକୁ ଅଧିକ ସୁଦୃଢ କରିଚାଲିବୁ ।” ପୋଷଣ ବର୍ଗରେ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ କମ୍ପାନୀ ହୋଇଥିବା ଆମୱେ ପୋଷଣ ଏବଂ ରୋଗ ପ୍ରତିରୋଧ କ୍ଷେତ୍ରରେ ନିରନ୍ତର ଉତ୍ପାଦ ଉଦ୍ଭାବନ ଏବଂ ଅନନ୍ୟ ବିହନ-ଠାରୁ-ପରିପୋଷକ ପ୍ରକ୍ରିୟା ଜରିଆରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରିବା ପ୍ରୟାସ ଜାରି ରଖିଛି । ଏହାର ଶୁଭାରମ୍ଭ ସମ୍ପର୍କରେ ପ୍ରକାଶକରି ଆମୱେ ଇଣ୍ଡିଆର ସିନିୟର ଭାଇସ ପ୍ରେସିଡେଣ୍ଟ- ପୂର୍ବ ଓ ପଶ୍ଚିମ, ଶ୍ରୀ ଚନ୍ଦ୍ର ଭୂଷଣ ଚକ୍ରବର୍ତ୍ତୀ କହିଛନ୍ତି, “ଜନସାଧାରଣ ପୋଷଣ ଉପରେ ଗୁରୁତ୍ୱ ଦେଇ ସେମାନଙ୍କର କଲ୍ୟାଣ ନିମନ୍ତେ ସାମଗ୍ରିକ ଆଭିମୁଖ୍ୟକୁ ଆପଣାଉଥିବାରୁ ବିଶେଷ ଭାବରେ ଭାରତର ପାରମ୍ପରିକ ହର୍ବରୁ ପ୍ରସ୍ତୁତ ପୋଷଣ ପରିପୂରକ ସମେତ ଗୁଣାତ୍ମକ ମାନର ପୋଷଣ ଉତ୍ପାଦର ବର୍ଦ୍ଧିତ ଚାହିଦା ରହିଛି । ପୋଷଣ ଏବଂ କଲ୍ୟାଣ କ୍ଷେତ୍ରରେ ଆମର ବିଶେଷ ଜ୍ଞାନ ଆଧାରରେ ଆମେ ସ୍ୱେଦେଶୀ ସ୍ତରରେ ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ ପ୍ରସ୍ତୁତ କରିଛୁ । ଏହା ପାରମ୍ପରିକ ଭାରତୀୟ ଜ୍ଞାନ ଏବଂ ଆଧୁନିକ ବିଜ୍ଞାନର ଏକ ବାସ୍ତବ ସମ୍ମିଶ୍ରଣ । ଆମ ଉତ୍ପାଦ ସର୍ବୋଚ୍ଚ ମାନର ଶୁଦ୍ଧତା, ନିରାପତ୍ତା ଏବଂ ସାମର୍ଥ୍ୟକୁ ସୁନିଶ୍ଚିତ କରୁଛି ଏବଂ ଏହା ସରଳ ତଥା ସୂଚନାଭିତ୍ତିକ ଲେବଲ ସହିତ ଆସୁଛି ଯାହା ଉପଭୋକ୍ତାଙ୍କୁ ଅଧିକ ଭଲଭାବରେ ଏବଂ ସଚେତନ ଭାବରେ ପସନ୍ଦ କରିବାରେ ସହାୟକ ହେଉଛି । ସର୍ବାଧିକ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଣ ଏବଂ ସେମାନଙ୍କୁ ନିୟୋଜିତ ରଖିବାକୁ ସୁନିଶ୍ଚିତ କରିବାକୁ ପୂର୍ବାଞ୍ଚଳରେ ସମସ୍ତ ପ୍ଲାଟଫର୍ମରେ ଆମେ ଡିଜିଟାଲ ଆକ୍ସିଭେସନକୁ ପ୍ରଚଳନ କରୁଛୁ । ଆମେ ଏହି ଉତ୍ପାଦ ପ୍ରଚଳନ ସହିତ ପ୍ରତ୍ୟକ୍ଷ ବିକ୍ରେତାଙ୍କ ପାଇଁ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ ଏବଂ ମଲ୍‍ଟିମିଡିଆ ପ୍ରଚାର ଅଭିଯାନ ଆରମ୍ଭ କରିବୁ ଯାହା ବିବେକବନ୍ତ ଉପଭୋକ୍ତାଙ୍କୁ ଲକ୍ଷ୍ୟକରି ଏହି ବର୍ଗ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଦୃଷ୍ଟିନିବଦ୍ଧ କରିବ । ବ୍ରାଣ୍ଡ୍‍ ନ୍ୟୁଟିଲାଇଟ୍‍ର ମଜଭୁତ ପୃଷ୍ଠଭୂମି ଏବଂ ଏହା ଧାରଣ କରୁଥିବା ଅଂଶକୁ ନେଇ ଆମେ ଦୃଢ ନିଶ୍ଚିତ ଯେ ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ ନିଶ୍ଚିତ ଭାବରେ ଉପଭୋକ୍ତାଙ୍କର ଆସ୍ଥା ଜିତିବ ।” ହର୍ବାଲ ପୁଷ୍ଟିସାଧନ ବର୍ଗ ସମ୍ପର୍କରେ ଅଧିକ ପ୍ରକାଶକରି ଆମୱେ ଇଣ୍ଡିଆର ସିଏମଓ ଶ୍ରୀ ଅଜୟ ଖାନ୍ନା କହିଛନ୍ତି, “ପାରମ୍ପରିକ ଉପାଦାନ ଥିବା ହର୍ବାଲ ଉତ୍ପାଦଗୁଡିକ ପ୍ରତି ଉପଭୋକ୍ତାଙ୍କର ଆଗ୍ରହ ପରିପ୍ରେକ୍ଷୀରେ ନ୍ୟୁଟ୍ରିଲାଇଟ ଟ୍ରାଡିସନାଲ ହର୍ବ୍‍ସ ରେଞ୍ଜ (ଏନଟିଏଚଆର) ୨୦୨୦ରେ ମଜଭୁତ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଲକ୍ଷ୍ୟ କରିଛି । ୩୫ ବର୍ଷରୁ କମ୍‍ ବୟସ ବର୍ଗରେ ଏହି ଉତ୍ପାଦ ବର୍ଗ ବିପୁଳ ଲୋକପ୍ରିୟ ହୋଇଛି, କାରଣ ଏନଟିଏଚଆର୍‍ର ୩୫ ବର୍ଷରୁ କମ୍‍ ବୟସର କ୍ରେତାଙ୍କ ସଂଖ୍ୟା ୨୦୨୦ରେ ୩୫%ରୁ ୪୫%କୁ ବୃଦ୍ଧି ଘଟିଥିବା ଆମେ ଲକ୍ଷ୍ୟ କରିଛୁ, ଯାହା ପାରମ୍ପରିକ ହର୍ବସ ପୋଷଣ ବର୍ଗ ପ୍ରତି ସେମାନଙ୍କର ଦୃଢ ପସନ୍ଦକୁ ପ୍ରତିଫଳିତ କରୁଛି । ଉପଭୋକ୍ତାଙ୍କ ପାଇଁ ଶୀର୍ଷସ୍ତରର ପୁଷ୍ଟିସାଧନ ଏକ ମୁଖ୍ୟ ଅଗ୍ରାଧିକାର ବିଷୟ ହୋଇଥିବାରୁ ଆମେ ଆଶା କରୁଛୁ ଯେ ୨୦୨୪ ସୁଦ୍ଧା ଆମୱେର ମୋଟ ବ୍ୟବସାୟ ମଧ୍ୟରେ ପୋଷଣ ବର୍ଗ ୬୫%କୁ ବୃଦ୍ଧିପାଇବ । ନ୍ୟୁଟ୍ରିଲାଇଟ ଟ୍ରାଡିସନାଲ ହର୍ବ ରେଞ୍ଜ୍‍ ବ୍ୟବସାୟ ତିନିଗୁଣ ବୃଦ୍ଧିପାଇବା ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ଚ୍ୟବନପ୍ରାସ ବାଇ ନ୍ୟୁଟ୍ରିଲାଇଟ ୨୦୨୪ ସୁଦ୍ଧା ଏନଟିଏଚଆରରେ ପ୍ରାୟ ୧୦% ଅଂଶ ଦଖଲ କରିବ ।”
Tags amway

Related articles Odisha News Lens 4.1

  • ପୃଥ୍ୱୀ ଶ’ଙ୍କ ସହ ସମ୍ପର୍କ ଭାଙ୍ଗିଲେ ଆକୃତି
    ଦେଶ-ଦେଶାନ୍ତର

    ପୃଥ୍ୱୀ ଶ’ଙ୍କ ସହ ସମ୍ପର୍କ ଭାଙ୍ଗିଲେ ଆକୃତି

    13872
    Sep 20, 2026
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ
    ଦେଶ-ଦେଶାନ୍ତର

    ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13415
    Sep 20, 2026
  • ୬୨ ପ୍ରତିଶତ ଜେନ୍-ଜି ଅବସର ପାଇଁ ନିବେଶ କରୁଛନ୍ତି
    ଦେଶ-ଦେଶାନ୍ତର

    ୬୨ ପ୍ରତିଶତ ଜେନ୍-ଜି ଅବସର ପାଇଁ ନିବେଶ କରୁଛନ୍ତି

    14612
    Sep 20, 2026
  • ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ
    ଦେଶ-ଦେଶାନ୍ତର

    ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ

    15433
    Sep 20, 2026
  • ନକଲି ଘିଅରେ ତିରୁପତି ଲଡୁ ତିଆରି
    ଦେଶ-ଦେଶାନ୍ତର

    ନକଲି ଘିଅରେ ତିରୁପତି ଲଡୁ ତିଆରି

    13318
    Sep 20, 2026
  • ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ସରକାର
    ଦେଶ-ଦେଶାନ୍ତର

    ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ସରକାର

    13549
    Sep 20, 2026
  • ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ବିରିୟାନି
    ଦେଶ-ଦେଶାନ୍ତର

    ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ବିରିୟାନି

    14988
    Sep 20, 2026
  •  ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ମୂର୍ତ୍ତି
    ଦେଶ-ଦେଶାନ୍ତର

    ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ମୂର୍ତ୍ତି

    14235
    Sep 20, 2026
  • ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ମନୋନୀତ
    ମନୋରଞ୍ଜନ

    ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ମନୋନୀତ

    15240
    Sep 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ

    15433
    Sep 20, 2026
  • ମନୋରଞ୍ଜନ

    ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ମନୋନୀତ

    15240
    Sep 20, 2026
  • ଦେଶ-ଦେଶାନ୍ତର

    ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ସରକାର

    13549
    Sep 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17108
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17792
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17772
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18180
    Sep 06, 2023

ବିଶେଷ

  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14257
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14647
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16271
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14797
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    14107
    Sep 03, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15603
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15362
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14653
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14325
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ବିରିୟାନି

    14988
    Sep 20, 2026
  • ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ମୂର୍ତ୍ତି

    14235
    Sep 20, 2026
  • ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ମନୋନୀତ

    15240
    Sep 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In