ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଭିଡିଓ ଅପ୍ଲୋଡ କରୁଥିଲେ, ୧୯ ଭାରତୀୟ ଗିରଫ
ଆବୁଧାବି: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଫଟୋ, ଭିଡିଓ ଅପ୍ଲୋଡ କରୁଥିବା ଅଭିଯୋଗରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସରକାର ମୋଟ ୩୫ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରେ ୧୯ ଭାରତୀୟ ସାମିଲ ଅଛନ୍ତି। ପ୍ରଥମ ଦଫାରେ ୧୦ ଜଣଙ୍କୁ ଏବଂ ଦ୍ବିତୀୟ ଦଫାରେ ୨୫ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରାଯିବ।
Powered by Froala Editor