ଏସସିବି ମେଡିକାଲ ଅଗ୍ନିକାଣ୍ଡ: ୧୨କୁ ବୃଦ୍ଧି ହେଲା ମୃତ୍ୟୁ ସଂଖ୍ୟା
କଟକ: କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡରେ ମତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ଘଟିଛି। ଏ ନେଇ ବିଧାନସଭାରେ ଉତ୍ତର ରଖିବା ବେଳେ ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ମିଳିଥିବା ସୂଚନା ଅନୁଯାୟୀ କଟକ ଏସସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ନିଆଁ ଲାଗି ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଯେଉଁ ୱାର୍ଡରେ ନିଆଁ ଲାଗିଥିଲା, ସେଠାରେ ସେହି ସମୟରେ ପ୍ରାୟ ୨୨ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମୟ ମିଳିନଥିଲା। ଫଳରେ ଅଧିକାଂଶ ରୋଗୀ ଶ୍ୱାସରୁଦ୍ଧ ହୋଇ ଏବଂ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। /p>
Powered by Froala Editor