ହାତୀପଲ ଭାଙ୍ଗିଦେଲେ ଘର, ୨ ବର୍ଷର ଶିଶୁ ମୃତ
ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା କେନ୍ଦୁଖୁଣ୍ଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ କେନ୍ଦୁଖୁଣ୍ଟା ଗାଁର ଉଦ୍ଧବ ମାରାଣ୍ଡିଙ୍କ ଘର ଭାଙ୍ଗି ଦେଇଛନ୍ତି ହାତୀପଲ । ଫଳରେ କାନ୍ଥ ତଳେ ଚାପି ହୋଇ ଉଦ୍ଧବଙ୍କ ୨ ବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ତୁରନ୍ତ ହାତୀଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor