ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ହାଣି ହତ୍ୟା
ଦେବଗଡ଼: ଦେବଗଡ କୁଣ୍ଡେଇଗୋଳା ଥାନା ଗରିଆପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି। ରମେଶ ଗରିଆ ନାମକ ଜଣେ ବ୍ୟକ୍ତି ୩ ଜଣଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor