ଝାରସୁଗୁଡ଼ାରେ ୪୦ ଡିଗ୍ରୀ ମୁହାଁ ହେଲାଣି ଦିନ ତାପମାତ୍ରା
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଜିଲାଗୁଡିକରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଝାରସୁଗୁଡ଼ା ଜିଲାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ମୁହାଁ ହେଲାଣି। ଗତ ୨୪ଘଣ୍ଟା ମଧ୍ୟରେ ଏଠାରେ ଦିନ ତାପମାତ୍ରା ୩୯.୨ ଡିଗ୍ରୀ ଛୁଇଁଛି। କିନ୍ତୁ ଉପକୂଳବର୍ତ୍ତୀ ଜିଲାଗୁଡିକରେ ତାପମାତ୍ରା ବିଶେଷ ବୃଦ୍ଧି ପାଇନାହିଁ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ପରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ଥିବାବେଳେ ସମ୍ବଲପୁରରେ ୩୭.୫, ସୁନ୍ଦରଗଡ଼ରେ ୩୭.୪, ଭବାନୀପାଟଣାରେ ୩୭.୫, ନୂଆପଡ଼ାରେ ୩୭, ରାଉରକେଲାରେ ୩୭.୧, ଭୁବନେଶ୍ବରରେ ୩୩.୩ ଏବଂ କଟକରେ ୩୨ଡିଗ୍ରୀ ରହିଛି।
Powered by Froala Editor