ଏପ୍ରିଲ୍ ୮ରେ ନୂଆ ଦଳ ଲଞ୍ଚ୍ କରିବେ ମୋକିମ୍
କଟକ: ନୂଆ ଦଳ ଲଞ୍ଚ କରିବା ନେଇ ବଡ଼ ଘୋଷଣା କରିଛନ୍ତି ମହମ୍ମଦ ମୋକିମ୍ । ଏପ୍ରିଲ୍ ୮ରେ ନୂଆ ଦଳ ଲଞ୍ଚ୍ କରିବେ । ଏବଂ ଯାହାର ନାଁ ରହିବ ‘ଓଡ଼ିଶା ଜନତା କଂଗ୍ରେସ’। ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନୂଆ ଦଳ ଲଞ୍ଚ ହେବ ବୋଲି ଘୋଷଣା କରିଛନ୍ତି ମହମ୍ମଦ ମୋକିମ୍ । ନୂଆ ଦଳ ଲଞ୍ଚ୍ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ପ୍ରତିନିଧି ଯୋଗଦେବେ। ଆସନ୍ତା ରାଜ୍ୟସଭା ନିର୍ବାଚନ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ବିଜେଡି ୨୫ ବର୍ଷ ଧରି କଂଗ୍ରେସକୁ ତଳି ତଳାନ୍ତ କରିଛି। ସେହି ଦଳ ସହ ହାତ ମିଳାଇବା ଅନହୋଲି ଆଲାଏନ୍ସ। ଏହା କଂଗ୍ରେସ ପାଇଁ କ୍ଷତି ପହଞ୍ଚାଇବ।
Powered by Froala Editor