ଘରେ ପଶିଲା ଆମ୍ବୁଲାନ୍ସ, ୩ ଗୁରୁତର
ଦଶପଲ୍ଲା: କାନ୍ଥ ଭାଙ୍ଗି ଘରେ ପଶିଗଲା ଆମ୍ବୁଲାନ୍ସ, ୩ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ। ଗତକାଲି ରାତିରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ବୁଗୁଡ଼ା ଛକରେ ଥିବା ବାବୁଲା ଗନ୍ତାୟତଙ୍କ ଘରକୁ ପଶି ଯାଇଥିଲା । ଫଳରେ ଘର ଭାଙ୍ଗିରୁଜି ଯାଇଥିବାବେଳେ ବାବୁଲାଙ୍କ ଘରର ୩ ଜଣ ଆହତ ହୋଇଥିଲେ। ୩ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଆମ୍ବୁଲାନ୍ସଟି ଭୁବନେଶ୍ୱରରୁ ବୌଦ୍ଧ – ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି।
Powered by Froala Editor