ବିବାହ ବିଚ୍ଛେଦ ପରେ ସ୍ତ୍ରୀକୁ ଲଣ୍ଡା କଲେ ସ୍ୱାମୀ

ନୀଳଗିରି: ସ୍ତ୍ରୀକୁ ଗଣଦୁଷ୍କର୍ମ ସହ ସ୍ୱାମୀ ଲଣ୍ଡା କରିବା ଭଳି ଅଭିଯୋଗ ଆସିଛି । ସ୍ୱାମୀ ନାମରେ ଜଣେ ସ୍ତ୍ରୀ ଗଣଦୁଷ୍କର୍ମ ଭଳି ଅଭିଯୋଗ ଆଣିଛନ୍ତି । ଟ୍ରାକ୍ଟର ଡ୍ରାଇଭର ସ୍ୱାମୀ ଓ ତାଙ୍କ ଗାଡ଼ି ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏମିତିକି ଦୁଷ୍କର୍ମ ପରେ ସ୍ୱାମୀ ତାଙ୍କୁ ଲଣ୍ଡା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ନୋଟାରୀ ପାଖରେ ବିବାହ ବିଚ୍ଛେଦ ପରେ ବି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ତେବେ ଦୁଷ୍କର୍ମ ଘଟଣାକୁ ମିଛ ବୋଲି କହିଥିଲେ ହେଁ ଲଣ୍ଡା କରିଥିବା କଥାକୁ ସ୍ୱାମୀ ସ୍ୱୀକାର କରିଛନ୍ତି । ବାରମ୍ବାର ଘରୁ ପଳାଉଥିବାରୁ ସୁନ୍ଦରତା କମାଇବାକୁ ଲଣ୍ଡା କରିଥିବା ନେଇ ସ୍ୱାମୀ କହିଛନ୍ତି । ଲଣ୍ଡା କରିଦେଲେ ଆଉ କୁଆଡେ଼ ଯିବନି, ମୋ ପାଖରେ ରହିବ ବୋଲି ସ୍ୱାମୀ କହିଥିବା ଜଣାଯାଇଛି ।
Powered by Froala Editor