Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ...

  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ...

  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ...

  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ...

  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍‌ ଯୁଦ୍ଧଜାହାଜକୁ ଆକ୍ରମଣ

ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍‌ ଯୁଦ୍ଧଜାହାଜକୁ ଆକ୍ରମଣ

2026-03-06 11:13:44
14659
Share:
Facebook
Twitter
E-Mail
WhatsApp
Telegram
ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍‌ ଯୁଦ୍ଧଜାହାଜକୁ ଆକ୍ରମଣ

ନୂଆଦିଲ୍ଲୀ: ଇସ୍‌ଲାମିକ୍‌ ସାଧାରଣତନ୍ତ୍ର ଇରାନ୍‌ ବିରୋଧରେ ଆମେରିକା ଓ ଇସ୍ରାଏଲ୍‌ର ଘମାଘୋଟ ଯୁଦ୍ଧ ଜାରି ରହିଛି। ତେବେ ବର୍ତ୍ତମାନ ଏହା ମଧ୍ୟପ୍ରାଚ୍ୟରେ ସୀମିତ ନ ରହି ଅନ୍ୟ ଭୂଖଣ୍ଡକୁ ବ୍ୟାପିବା ଆରମ୍ଭ ହୋଇଛି। ବୁଧବାର ଭାରତୀୟମାନେ ହୋଲି ଖେଳିବାରେ ବ୍ୟସ୍ତ ଥିବାବେଳେ ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍‌ର ଏକ ଯୁଦ୍ଧଜାହାଜକୁ ଆକ୍ରମଣ କରାଯାଇଛି। ଆମେରିକାର ବୁଡ଼ାଜାହାଜ ଶ୍ରୀଲଙ୍କା ଉପକୂଳରେ ଇରାନୀୟ ଯୁଦ୍ଧଜାହାଜ ଆଇଆର୍‌ଆଇଏସ୍‌ ଡେନାକୁ ଟାର୍ଗେଟକରି ବୁଡ଼ାଇଦେବାରେ ସକ୍ଷମ ହୋଇଛି। ଏହି ଘଟଣାକ୍ରମ ପରେ ଯୁଦ୍ଧର କ୍ରମବର୍ଦ୍ଧିଷ୍ଣୁ ପରିସୀମା ଓ ପ୍ରଭାବ ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଭାରତ ନିଜ ପଡ଼ୋଶୀ ଦେଶଗୁଡ଼ିକ ଉପରେ ନିୟନ୍ତ୍ରଣ ହରାଇଥିବା ବିରୋଧୀ ଦଳ କହିଛି। ମାର୍ଚ୍ଚ ୪ ଭୋର ସମୟ ୫ଟା ୮ ମିନିଟ୍‌। ଭାରତୀୟ ନୌସେନା ପକ୍ଷରୁ ଆୟୋଜିତ ୨ଟି ସମରାଭ୍ୟାସରେ ଯୋଗଦେଇ ଫେରୁଥିବାବେଳେ ଶ୍ରୀଲଙ୍କାର ଗାଲେ ଜିଲାରୁ ୭୫ କି.ମି. (୪୦ ନଟିକାଲ୍‌ ମାଇଲ୍‌) ଦୂର ଭାରତ ମହାସାଗରରେ ଇରାନ୍‌ର ଯୁଦ୍ଧଜାହାଜ ଆଇଆର୍‌ଆଇଏସ୍‌ ଡେନା ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଶ୍ରୀଲଙ୍କାର ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌ (ଇଇଜେଡ୍‌) ଅଧୀନରେ ଆସୁଥିବା ଏହି ଜଳରାଶି ଉପରୁ ଚାହୁଁଚାହୁଁ ଅଦୃଶ୍ୟ ହୋଇଯାଇଥିଲା ବିଧ୍ୱଂସକ ଡେନା। ଉକ୍ତ ଯୁଦ୍ଧଜାହାଜରେ ପ୍ରାୟ ୧୮୦ ଜଣ ଥିବାବେଳେ ସମୁଦ୍ରରେ ବୁଡ଼ିଯାଇ ୮୭ ନାବିକ ପ୍ରାଣ ହରାଇଛନ୍ତି। ଅନ୍ୟ ୩୧ ଜଣ ନିଖୋଜ ହୋଇଯାଇଥିବାବେଳେ ୩୨ ଜଣଙ୍କୁ ଉଦ୍ଧାର କରାଯାଇଛି।
ଆମେରିକା ପ୍ରତିରକ୍ଷା ସଚିବ ପେଟେ ହେଗ୍‌ସେଠ ବୁଧବାର ଏନେଇ ପେଣ୍ଟାଗନ୍‌ ପ୍ରେସ୍‌ ବିବୃତିରେ ସୂଚନା ଦେଇ କହିଥିଲେ, ଏକ ଆମେରିକୀୟ ସବ୍‌ମେରାଇନ୍‌ ଅନ୍ତର୍ଜାତୀୟ ଜଳରାଶିକୁ ସୁରକ୍ଷିତ ମଣିଥିବା ଶତ୍ରୁପକ୍ଷର ଏକ ଯୁଦ୍ଧଜାହାଜକୁ ଡ଼ୁବାଇ ଦେଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏକ ଆମେରିକୀୟ ଟର୍ପିଡୋ ପ୍ରଥମ ଥର ପାଇଁ ଏଭଳି ସଫଳତା ହାସଲ କରିଛି। ଇରାନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ୍‌ ଅରାଘଚି ନିଜ ପ୍ରତିକ୍ରିୟାରେ କହିଛନ୍ତି, ଉକ୍ତ ଫ୍ରିଗେଟ୍‌ ଭାରତୀୟ ନୌସେନାର ଏକ ଅତିଥି ଥିଲା। ଏହି ଘଟଣା ପାଇଁ ଆମେରିକା ପଶ୍ଚାତାପ କରିବ। ଫ୍ରିଗେଟ୍‌ ଡେନାରେ ୧୩୦ ନାବିକ ଥିଲେ। ପୂର୍ବରୁ ସତର୍କ ନ କରାଇ ଏଭଳି ଢଙ୍ଗରେ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଶ୍ରୀଲଙ୍କା ବହିର୍ବ୍ୟାପାର ମନ୍ତ୍ରୀ ଭିଜିଥା ହେରାଥ୍‌ ସଂସଦରେ କହିଛନ୍ତି, ୧୮୦ ଜଣଙ୍କୁ ନେଇ ଯାଉଥିବା ଆଇଆର୍‌ଆଇଏସ୍‌ ଭାରତ ମହାସାଗରରେ ବୁଡ଼ିଯାଇଥିବା ଖବର ଶ୍ରୀଲଙ୍କା ନୌସେନାକୁ ମିଳିଛି। ଦ୍ୱୀପରାଷ୍ଟ୍ର ନିଜ ଜାହାଜ ଓ ବାୟୁସେନା ବିମାନଗୁଡ଼ିକୁ ଉଦ୍ଧାର ପାଇଁ ପଠାଇଛି। ଶ୍ରୀଲଙ୍କା ନୌସେନା ମୁଖପାତ୍ର ବୁଦ୍ଧିକା ସମ୍ପଥ କହିଛନ୍ତି, ନୌସେନା ଜାହାଜ ଉକ୍ତ ସ୍ଥାନରେ ପହଞ୍ଚତ୍ବାବେଳକୁ ଇରାନୀୟ ଜାହାଜର ଚିହ୍ନବର୍ଣ୍ଣ ନ ଥିଲା। ସମୁଦ୍ରରେ କେବଳ ତୈଳ ଆସ୍ତରଣ ଦେଖିବାକୁ ମିଳିଥିଲା। କେତେଜଣ ଲୋକ ପାଣିରେ ପହଁରୁଥିଲେ। ତେବେ ୩୨ ଜଣଙ୍କୁ ଉଦ୍ଧାର କରି ଦକ୍ଷିଣ ଉପକୂଳ ସହର ଗାଲେସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତଦେହଗୁଡ଼ିକୁ ପାଣି ଭିତରୁ କଢ଼ାଯାଇଛି।

Powered by Froala Editor

Tags Attack

Related articles Odisha News Lens 4.1

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...
    ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...

    13974
    Jul 08, 2026
  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...

    14981
    Jul 07, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13337
    Jul 08, 2026
  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
    ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15408
    Jul 08, 2026
  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ
    ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13672
    Jul 07, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14321
    Jul 08, 2026
  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା
    ଦେଶ-ଦେଶାନ୍ତର

    କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14302
    Jul 08, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14436
    Jul 07, 2026
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ
    ଦେଶ-ଦେଶାନ୍ତର

    ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13509
    Jul 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

    13974
    Jul 08, 2026
  • ଦେଶ-ଦେଶାନ୍ତର

    ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13509
    Jul 07, 2026
  • ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13337
    Jul 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16969
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17579
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17633
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18032
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15088
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15542
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15355
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15220
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14644
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15835
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15703
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13811
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14921
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14436
    Jul 07, 2026
  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14302
    Jul 08, 2026
  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

    13974
    Jul 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In