ଦୁଇଗୋଷ୍ଠୀ ମୁହାଁମୁହିଁ: ଯୁବକଙ୍କ ପେଟକୁ ଭୁଷି ଦେଲେ ଦୁର୍ବୃତ୍ତ
ଅନୁଗୋଳ: ଅନୁଗୋଳ ଜିଲ୍ଲା କୁଶାସିଙ୍ଗା ଗାଁରେ ଅଘଟଣ। ମଦ ବୋତଲ ମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ଡମ୍ବରୁଧର ରାଉତଙ୍କ ପୁଅ ନିଗମ ରାଉତ (୨୦) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଦିନ ହୋଲି ପର୍ବ ପାଳନ ହେଉଥିବା ବେଳେ ଗାଁ ରେ ସାଙ୍ଗ ମାନଙ୍କ ସହିତ ଭୋଜି ଭାତ ସହିତ ନାଚଗୀତ ଚାଲୁଥିଲା। ହଠାତ୍ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।
ଯାହାଫଳରେ କିଛି ଦୁର୍ବୁତ୍ତ ନିଗମଙ୍କୁ ଏକ ବିଅର ବୋତଲ ରେ ପେଟକୁ ଭୁଷି ଦେଇଥିଲେ। ତୁରନ୍ତ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
Powered by Froala Editor