ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା!
କଟକ: କଟକ ବିଦ୍ୟାଧରପୁର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ହୋଲି ପାଇଁ ଛୁଟିରେ ଘରକୁ ଆସିଥିବାବେଳେ ଜଣେ ସିଆରପିଏଫ୍ ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଗତସିଂହପୁର ବିରିଡି ଅଞ୍ଚଳର ଦ୍ବିତୀକୃଷ୍ଣ ପଣ୍ଡା(୪୫) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସେ ଦୀର୍ଘ ଦିନ ହେବ କଟକ ବିଦ୍ୟାଧରପୁର ଅଞ୍ଚଳରେ ଭଡା ଘର ନେଇ ରହୁଥିଲେ। ଖବର ପାଇ ସିଆରଆରଆଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତକରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor