ଘରୋଇ କଳିରୁ ଉଗ୍ରରୁପ: ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କଲା ସ୍ଵାମୀ
ଭୁବନେଶ୍ବର: ହୋଲିରେ ରକ୍ତରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ଵର। ଘରୋଇ କଳିରୁ ଉଗ୍ରରୁପ ନେଇ ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଛି ସ୍ଵାମୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ। ମୃତକ ସାବିତ୍ରୀ ମଲ୍ଲିକ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି କୌଣସି କଥାକୁ ନେଇ ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଵାମୀ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ ସ୍ତ୍ରୀ ସାବିତ୍ରୀଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲେ। ପରେ ଖବର ପାଇ କମିଶନରେଟ୍ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
Powered by Froala Editor