ଗାଁ ରେ ପୁରୁଷ ଶୂନ୍ୟ ପରେ ଭୟଭୀତ ସ୍ଥିତିରେ ରହିଛନ୍ତି ମହିଳା, ୧୦୦ରୁ ଊର୍ଦ୍ଧ୍ୱ କଡ଼କନାଥ କୁକୁଡ଼ା ଉଭାନ୍
ନନ୍ଦପୁର: କୋରାପୁଟ ଓ ପାଡୁଆ ପୋଲିସର ମିଳିତ ଚଢ଼ାଉରେ ନନ୍ଦପୁର ବ୍ଲକ ପରଜାବଡପଡ଼ା ପଞ୍ଚାୟତ ଜଳଘେରିରେ ଥିବା ଚିତଲପଡ଼ା ଟାପୁରେ ୧୮୦୦ ଲିଟର ଗଞ୍ଜେଇ ତେଲ(ହାସିସ୍ ଅଏଲ) ଓ ୧୦୦୦ କିଲୋ ଗଞ୍ଜେଇ ଜବତ ପରେ ଉକ୍ତ ଟାପୁରେ ରହୁଥିବା ୮ ପରିବାରର ଗାଁ ବର୍ତ୍ତମାନ ପୁରୁଷ ଶୂନ୍ୟ ହୋଇରହିଛି। ଘଟଣା ପରେ ମହିଳାମାନେ ଭୟଭୀତ ସ୍ଥିତିରେ ରହିଛନ୍ତି। ଏହି ସମୟରେ ଗ୍ରାମରୁ କେତେଜଣ ଗ୍ରାମବାସୀ ପାଳିଥିବା ୧୦୦ରୁ ଊର୍ଦ୍ଧ୍ୱ କଡ଼କନାଥ କୁକୁଡ଼ା, ୧୫୦ରୁ ଊର୍ଦ୍ଧ୍ୱ ଟର୍କି କୁକୁଡା ଓ ୫୦ରୁ ଊର୍ଦ୍ଧ୍ୱ ବତକ ଉଭାନ ହୋଇଯାଇଥିବା ଜଣାପଡ଼ିଛି। ଟାପୁ ଚାରିପଟେ କିଲୋମିଟରରୁ ଊର୍ଦ୍ଧ୍ୱ ଜୋଲାପୁଟ ଜଳଭଣ୍ଡାରର ଅକାତ ଜଳରାଶି ଥିବା ବେଳେ କୁକୁଡ଼ା ଓ ବତକମାନେ ଉଭାନ ହେବା ନେଇ ଚର୍ଚ୍ଚା ଜୋର ଧରିଛି।
Powered by Froala Editor