ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ସ୍କୁଲରେ ତାଲା ପକାଇଲେ ଅଭିଭାବକ
ବାସୁଦେବପୁର: ବାସୁଦେବପୁର ଶିକ୍ଷା ସର୍କଲ କିସ୍ମତ କୃଷ୍ନପୁର ପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ସେହି ବିଦ୍ୟାଳୟ ଶିକ୍ଷକ ଗୌତମ ସାହୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଭାବକମାନେ ସ୍କୁଲରେ ତାଲା ପକାଇବା ସହ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିକରି ରାସ୍ତାକୁ ଓହ୍ଲାଇଛନ୍ତି।
ଗତ ଶନିବାର ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌତମ ସାହୁ ଛାତ୍ରୀଙ୍କୁ ବିଦ୍ୟାଳୟର ଏକ ରୁମକୁ ଡାକିଥିଲେ। ଏବଂ ଅସଦାଚରଣ କରିଥିଲେ। ପରେ ଝିଅଟି କାନ୍ଦି କାନ୍ଦି ନିଜ ସାଙ୍ଗ ମାନଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ସେହିଦିନ ସ୍କୁଲର କିଛି ଛାତ୍ରୀ ପ୍ରଧାନ ଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। କିଛି ସୁଫଳ ନମିଳିବାରୁ ଆଜି ସ୍କୁଲ ଖୋଲିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ସ୍କୁଲରେ ପହଞ୍ଚି ତାଲା ପକାଇ ଦେଇଥିଲେ । ଶିକ୍ଷକଙ୍କୁ ତୁରନ୍ତ ନିଲମ୍ବନ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ରୀମାନେ ରାସ୍ତାରେ ବସିଥିବା ଦେଖିବାକୁ ମିଳିଛି।
Powered by Froala Editor