ରାଉରକେଲା ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ୩୭୫ ଏକର ଜମି ଆବଶ୍ୟକ
ଭୁବନେଶ୍ବର: ରାଉରକେଲା ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ ହେବ। ରାଜ୍ୟ ପରିବହନ ବିଭାଗ ଅନୁରୋଧକ୍ରମେ ଭାରତୀୟ ବିମାନପତ୍ତନ ପ୍ରାଧିକରଣ (ଏଏଆଇ) ପକ୍ଷରୁ ଡିପିଆର ପ୍ରସ୍ତୁତ କରାଯାଉ ଥିବାବେଳେ ଜମି ଅଧିଗ୍ରହଣ ପାଇଁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ସୂଚନା ଅନୁସାରେ, ରାଉରକେଲା ବିମାନବନ୍ଦରରେ ବଡ଼ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ସମ୍ପ୍ରସାରଣ ଯୋଜନା ହାତକୁ ନେଇଛନ୍ତି। ଏହି କ୍ରମରେ ଏହି ବିମାନବନ୍ଦରର ପରିଚାଳନା ଦାୟିତ୍ବ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (ଏସଏଆଇଏଲ୍)ଠାରୁ ନେଇ ଏଏଆଇକୁ ପ୍ରଦାନ ପାଇଁ ସରକାର ଅନୁରୋଧ କରିଛନ୍ତି।
ସମ୍ପ୍ରସାରଣ ପାଇଁ ପ୍ରି-ଫିଜିବିଲିଟି ଅଧ୍ୟୟନ ଶେଷ ହୋଇଛି। ଆଉ ୩୭୫ ଏକର ଜମି ଆବଶ୍ୟକ। ଏଥିପାଇଁ ଆବଶ୍ୟକ ଜମି ମୂଲ୍ୟାଙ୍କନ ଓ ସର୍ଭେ ପାଇଁ ଓରସାକ୍କୁ ସରକାର ୨୨.୫୯ ଲକ୍ଷ ଟଙ୍କା ଦେଇଛନ୍ତି। ଏହି ସର୍ଭେ ରିପୋର୍ଟ ଆଧାରରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ଜିଲା ପ୍ରଶାସନକୁ କୁହାଯାଇଛି। ଏଥିପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ଏବଂ ଫିଜିବିଲିଟି/ଓଏଲ୍ଏସ୍ ସର୍ଭେ ଶେଷ କରିବାକୁ ଏଏଆଇକୁ କୁହାଯାଇଛି। ଓଏଲ୍ଏସ୍ ସର୍ଭେ ପାଇଁ ୪୮.୪୮ ଲକ୍ଷ ଟଙ୍କା ଏବଂ ମାଷ୍ଟରପ୍ଲାନ୍ ପାଇଁ ୪୦.୫୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ‘
Powered by Froala Editor