ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ କେଜରିୱାଲ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲ ଓ ସିସୋଦିଆ ମୁକ୍ତ ପରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କେଜରିୱାଲ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ, ଏହି ସମୟରେ ତାଙ୍କୁ ସିସୋଦିଆ କୋଳେଇ ନେଇଥିଲେ।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୨୩ ଜଣଙ୍କୁ ଦିଲ୍ଲୀର ଏକ ଅଦାଲତ ମୁକ୍ତ କରିଛି। ଅଦାଲତର ରାୟ ପରେ କେଜ୍ରିୱାଲ କହିଛନ୍ତି, ଆଜି ଅଦାଲତ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିଛନ୍ତି। ଆମେ ସବୁବେଳେ କହିଥିଲୁ ଯେ ସତ୍ୟର ବିଜୟ ହୁଏ। ଆମର ଭାରତୀୟ ଆଇନ ବ୍ୟବସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ଅମିତ ଶାହ ଏବଂ ମୋଦିଜୀ ମିଶି ଆପକୁ ସମାପ୍ତ କରିବା ପାଇଁ ସବୁଠାରୁ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ରଚିଥିଲେ ଏବଂ ଦଳର ୫ଜଣ ବଡ଼ ନେତାଙ୍କୁ ଜେଲରେ ପଠାଇ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଘରୁ ଟାଣି ଆଣି ଜେଲରେ ରଖାଯାଇଥିଲା। କେଜରିୱାଲ ଦୁର୍ନୀତିଗ୍ରସ୍ତ ନୁହଁନ୍ତି। ମୁଁ ମୋ ଜୀବନରେ କେବଳ ସଚ୍ଚୋଟତା ଅର୍ଜନ କରିଛି।
Powered by Froala Editor