ବିଧାନସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ
ଭୁବନେଶ୍ବର: ବଜେଟ ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ । ୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟରେ ୯.୨% ଅଭିବୃଦ୍ଧି ହୋଇଛି । ଜାତୀୟ ଅଭିବୃଦ୍ଧି ହାର ୬.୯ ଥିବାବେଳେ ଓଡ଼ିଶାରେ ଅଭିବୃଦ୍ଧି ହାର ୯.୨% ରହିଛି । ୯.୨% ଅଭିବୃଦ୍ଧି ସହ ରାଜ୍ୟରେ ମୁଣ୍ଡପିଛା ଆୟ ୧,୮୬,୭୬୧ ଟଙ୍କା । ଅର୍ଥ ବ୍ୟବସ୍ଥାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ଜାତୀୟ ହାରରୁ ଅଧିକ । ଜାତୀୟ ଅବଦାନ ୧୬.୮% ଥିବାବେଳେ ରାଜ୍ୟର ଅବଦାନ ୧୯.୬% ରହିଛି ।
ସେହିପରି ଜାତୀୟ ଅଭିବୃଦ୍ଧି ହାର ୩.୧ ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୫.୩% ରହିଛି । ଜିଏସଡିପିରେ ମଧ୍ୟ ୯.୫%ର ଅଭିବୃଦ୍ଧି ଦେଖିବାକୁ ମିଳିଛି । ୯ ଲକ୍ଷ କୋଟିରୁ ବୃଦ୍ଧି ପାଇ ଜିଏସଡିପି ୯.୯ ଲକ୍ଷ କୋଟିରେ ପହଞ୍ଚିଛି । ବାସ୍ତବ ଅଭିବୃଦ୍ଧି ହାର ମଧ୍ୟ ଜାତୀୟ ହାର ଠାରୁ ଆଗରେ । ଜାତୀୟ ହାର ୭.୪ପ୍ରତିଶତ ରହିଥିବା ବେଳେ ଓଡ଼ିଶାର ହାର ୭.୯% ଆକଳନ କରାଯାଇଛି ।
Powered by Froala Editor