ନକଲି ପୋଷ୍ଟର ମରା ଘଟଣା: ଦୁଇ ନକଲି ମାଓବାଦୀ ଗିରଫ
ରାୟଗଡା: ନିକଟରେ ରାୟଗଡା ଜିଲାର ୩ଟି ସ୍ଥାନରେ ମାଓବାଦୀଙ୍କ ପୋଷ୍ଟରକୁ ନେଇ ଜିଲା ପୁଲିସ ଦ୍ବନ୍ଦ୍ବରେ ପଡ଼ିଥିଲା। ଜିଲାରେ ୧୫ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ପରେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିବା ପୁଲିସ ପାଇଁ ଆହ୍ବାନ ପାଲଟିଥିଲା। ପୋଷ୍ଟର ଗୁଡିକ ପ୍ରକୃତରେ ମାଓବାଦୀଙ୍କ ଦ୍ବାରା ଲଗାଯାଇଥିଲା ନା ଆଉ କେହି ଏହା କରିଥିଲେ ତାହାର ଖୋଳତାଡ ପୁଲିସ କରିଥିଲା। ଜିଲାର ସୀମାରେ ଥିବା ତନଖି ଫାଟକଗୁଡ଼ିକରେ ପୁଲିସ ପକ୍ଷରୁ ତନଖି ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ପୋଷ୍ଟର ମରା ଘଟଣାରେ ଆଜି ଦୁଇଜଣ ନକଲି ମାଓବାଦୀଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।
ଗିରଫ ଦ୍ବୟ ହେଲେ ରାୟଗଡ଼ା ସହରର ଏକ ୱେବ୍ ଚ୍ୟାନେଲର ସାମ୍ବାଦିକ ଅନୁବ୍ରତ ବାରା ଓରଫ୍ ରଞ୍ଜୁ ଓ ଅନ୍ୟଜଣେ କାଶୀପୁର ଥାନା କଞ୍ଜାମମାଣ୍ଡି ଗ୍ରାମର ବଲି ମାଝୀ। ୧୩ ତାରିଖରେ ଜିଲାର ତିନୋଟି ସ୍ଥାନରେ ଲାଗିଥିଲା ମାଓ ବ୍ୟାନର। ଏଥିରେ ବିଭିନ୍ନ କମ୍ପାନୀକୁ ଦିଆଯାଇଥିଲା ଧମକ। ବଲି ମାଝୀ ଏଥିପୂର୍ବରୁ ନକ୍ସଲ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ।
Powered by Froala Editor