ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଛାତ୍ର
ପବିତ୍ର ମହାଶିବରାତ୍ରୀ ଅବସରରେ ସବୁଠି ଉତ୍ସବମୁଖର ପରିବେଶ ଥିବାବେଳେ ଗଞ୍ଜାମ ଖଲ୍ଲିକୋଟରେ ବଡ ଅଘଟଣ ସାମ୍ନାକୁ ଆସିଛି। ସ୍କୁଲ୍ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ର ଟଳି ପଡିଛନ୍ତି। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସର ହଷ୍ଟେଲ୍ରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର ମିହିର ପ୍ରଧାନ । ସେ ଶିକ୍ଷାକେନ୍ଦ୍ରର ହଷ୍ଟେଲରେ ରହି ପଢ଼ୁଥିବା ବେଳେ ଆଉ କିଛି ଦିନ ପରେ ପରୀକ୍ଷା ଦେଇଥାନ୍ତେ । ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ହଷ୍ଟେଲରେ ରହି ପଢ଼ୁଥିବା ଛାତ୍ରୀଛାତ୍ରମାନେ ପ୍ରତି ଛୁଟି ଦିନ ମାନଙ୍କରେ ସକାଳୁ ମର୍ଣ୍ଣିଂଓ୍ୱାକ୍ ପାଇଁ ଯାଆନ୍ତି । ରବିବାର ମଧ୍ୟ ଯାଇ ଫେରୁଥିବା ବେଳେ ହଠାତ ମିହିର ତଳେ ପଡି ଯାଇଥିଲେ । ସାଙ୍ଗରେ ଯାଇଥିବା ଶିକ୍ଷକ ଅନେକ ଥର ଡାକିବା ପରେ ମଧ୍ୟ ସେ ଉଠି ପାରିନଥିଲେ ।
ପରେ ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
Powered by Froala Editor