ସୁରକ୍ଷିତ ଭାବେ ରାସ୍ତା ପାର୍ ହେଲେ ହାତୀପଲ
ଢେଙ୍କାନାଳ: ଜାତୀୟ ରାଜପଥରେ ବିରାଟକାୟ ହାତୀପଲ। ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚିନ୍ତା ପୋଖରୀ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ରାସ୍ତା ପାର ହେଉଛନ୍ତି ହାତୀପଲ। ଫଳରେ ରାସ୍ତାର ଉଭୟ ପଟରେ ଅଟକି ରହିଛି ଶତାଧିକ ଗାଡି। ଯାତାୟାତ କିଛି ସମୟ ପାଇଁ ଠପ୍ ହୋଇଯାଇଛି।
ବନ କର୍ମଚାରୀ ମାନେ ଉପସ୍ଥିତ ରହି ହାତୀପଲଙ୍କୁ ସୁରକ୍ଷିତ ଭାବେ ରାସ୍ତା ପାର୍ କରାଉଛନ୍ତି। ହାତୀ ପଲରେ ରହିଛନ୍ତି ୩୦ ଟି ହାତୀ। ଏହି ହାତୀ ପଲରେ ଦନ୍ତା ହାତୀ, ମାଇ ହାତୀଙ୍କ ଠାରୁ ଛୁଆ ହାତୀ ମଧ୍ୟ ରହିଛନ୍ତି।
Powered by Froala Editor