Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, February 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆସନ୍ତାକାଲି ସେବା ତୀର୍ଥ ଭବନ ...

  • ରୁଷରେ ବନ୍ଦ ହେଲା ଏହି ସୋସିଆଲ ମିଡିଆ ...

  • ଦେଶର ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ...

  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

  • ବନ୍ଦେ ମାତରମ ପାଇଁ ଠିଆ ହେବା ...

  • ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ...

  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

  • ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ...

  • ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ...

  • ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ...

Home ›› ›› ସରିଗଲା ଅବଧି, ଟୋକନ ମିଳିଥିଲେ ବି ବିକିପାରିଲେନି ଧାନ

ସରିଗଲା ଅବଧି, ଟୋକନ ମିଳିଥିଲେ ବି ବିକିପାରିଲେନି ଧାନ

2026-02-12 06:09:40
15316
Share:
Facebook
Twitter
E-Mail
WhatsApp
Telegram
 ସରିଗଲା ଅବଧି, ଟୋକନ ମିଳିଥିଲେ ବି ବିକିପାରିଲେନି ଧାନ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଚାଷୀଙ୍କ ସମସ୍ୟା ସୁଧୁରିବା ନାଁ ଧରୁ ନାହିଁ। ଖରିଫ ଧାନ ବିକ୍ରି ପୂର୍ବରୁ ପ୍ୟାକ୍ସରେ ପଞ୍ଜୀକୃତ ଚାଷୀଙ୍କ ମୃତ୍ୟୁ ପରେ ଟୋକନ ମିଳିଥିଲେ ହେଁ ପରିବାର ଲୋକେ କଷ୍ଟ ଉପାର୍ଜିତ ଧାନ ପ୍ୟାକ୍ସରେ ବିକ୍ରି କରି ନ ପାରି କ୍ଷତିଗ୍ରସ୍ତ ହୋଇଛନ୍ତି। ଟୋକନ ଅବଧି ସରିଯିବା ପରେ ବାଧ୍ୟ ହୋଇ କମ୍‌ ଦରରେ ଦଲାଲ ହାତରେ ଟେକି ଦେଇ ୨.୫ ଲକ୍ଷ ଟଙ୍କା କ୍ଷତି ସହିଥିବା ଅଭିଯୋଗ ହୋଇଛି। ଆଗଲପୁର ବ୍ଲକ ବକଟି ଗାଁରେ ଏଭଳି ଏକ ଘଟଣା ଘଟିଥିବା ଲୋକଲୋଚନକୁ ଆସିଛି। ଏହାକୁ ନେଇ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରକାଶ ଯେ ବକଟି ଗାଁର ବିପିନ ବିହାରୀ ହୋତାଙ୍କ ପୁଅ ସୁଧାଂଶୁ ଶେଖର ହୋତା(୪୭) ପ୍ରାୟ ୧୦ ଏକର ଧାନ ଚାଷ କରିଥିଲେ। ୧୮୦ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ନିର୍ଦ୍ଧାରିତ ସମୟରେ ବକଟି ପ୍ୟାକ୍ସରେ ପଞ୍ଜୀକରଣ କରିଥିଲେ। ଗତ ଅଗଷ୍ଟ ୧୧ରେ ହୃଦଘାତରେ ସୁଧାଂଶୁଙ୍କ ପରଲୋକ ହୋଇଯାଇଥିଲା। ଶୁଦ୍ଧିକ୍ରିୟା ପରେ ପରିବାର ଲୋକେ ଅମଳ ଧାନ ବିକ୍ରି ପାଇଁ ବକଟି ପ୍ୟାକ୍ସ ସମ୍ପାଦକଙ୍କ ଦ୍ବାରସ୍ଥ ହୋଇଥିଲେ। ଟୋକନ ଆସିବା ପରେ ପ୍ୟାକ୍ସରେ ଧାନ ବିକ୍ରି କରିପାରିବେ ବୋଲି କୁଆଡ଼େ ପ୍ୟାକ୍ସ ସମ୍ପାଦକ ବିପିନଙ୍କୁ କହିଥିଲେ। ଇତିମଧ୍ୟରେ ୧୮୦ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଯୋଗାଣ ବିଭାଗ ପକ୍ଷରୁ ସୁଧାଂଶୁଙ୍କ ନାମରେ ୩ଟି ଟୋକନ ଆସିଥିଲା। ପ୍ୟାକ୍ସରେ ବ୍ୟବସ୍ଥା ଅନୁଯାୟୀ ମୃତ ଚାଷୀ ସୁଧାଂଶୁଙ୍କ ବାପା ଓ ପତ୍ନୀଙ୍କ ଆଧାର ଯାଞ୍ଚରେ ଧାନ ବିକ୍ରି ପାଇଁ ଅନୁମତି ମିଳି ନ ଥିଲା। ପରିବାର ଲୋକେ ପ୍ୟାକ୍ସ ସମ୍ପାଦକଙ୍କଠାରୁ ଏଆର୍‌ସିଏସ୍‌, ଡିଆର୍‌ସିଏସ୍‌, ଜିଲା ଯୋଗାଣ ବିଭାଗର ଦ୍ବାରସ୍ଥ ହୋଇଥିଲେ।

ଟୋକନ ଅନ୍ୟ ବ୍ୟକ୍ତିଙ୍କ ନାଁରେ ସ୍ଥାନାନ୍ତର ବ୍ୟବସ୍ଥା ନ ଥିବାରୁ ସୁଧାଂଶୁଙ୍କ ନାଁରେ ମିଳିଥିବା ଟୋକନରେ
ପରିବାର ଲୋକେ ଧାନ ବିକ୍ରି କରିପାରି ନ ଥିଲେ। ଥରେ ଟୋକନ ଅବଧି ବାତିଲ ହେବା ପରେ ଏହାକୁ ୧୫ ଦିନ ପାଇଁ ଅବଧି ବୃଦ୍ଧି କରାଯାଇଥିଲା। ସମସ୍ୟା ସମାଧାନ ପାଇଁ ମୃତ ଚାଷୀଙ୍କ ପରିବାର ଭୁବନେଶ୍ବର ଯୋଗାଣ ବିଭାଗ ନିର୍ଦେଶାଳୟର ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି ସମସ୍ୟା ସମାଧାନ ନ ହେବାରୁ ଶେଷରେ ବୃଦ୍ଧ ବିପିନ ବିହାରୀ ଓ ମୃତ ଚାଷୀ ସୁଧାଂଶୁଙ୍କ ସ୍ତ୍ରୀ ବାଧ୍ୟ ହୋଇ ନିଜ ବର୍ଷକର ପରିଶ୍ରମ, କଷ୍ଟ ଉପାର୍ଜିତ ୧୮୦ କ୍ବିଣ୍ଟାଲ ଧାନ ଦଲାଲ ହାତରେ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି। ପ୍ୟାକ୍ସରେ ସରକାରୀ ଦର ପ୍ରାୟ ୩୧ଶହ ଟଙ୍କା ହୋଇଥିବା ବେଳେ ପୀଡ଼ିତ ପରିବାର କ୍ବିଣ୍ଟାଲ ପ୍ରତି ୧୭ରୁ ୧୮ଶହ ଟଙ୍କା ଦରରେ ଦଲାଲ୍‌ ହାତରେ ଧାନ ଟେକିଦେବାକୁ ବାଧ୍ୟ ହୋଇଥିବାରୁ ପ୍ରାୟ ୨.୫ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ହୋଇଥିବା ବିପିନ ବିହାରୀ ଅଭିଯୋଗ କରିଛନ୍ତି।

Powered by Froala Editor

Tags Paddy

Related articles Odisha News Lens 4.1

  • ରୁଷରେ ବନ୍ଦ ହେଲା ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ
    ଦେଶ-ଦେଶାନ୍ତର

    ରୁଷରେ ବନ୍ଦ ହେଲା ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ

    13946
    Feb 12, 2026
  • ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ  ଯୋଗାଇ ଦିଆଯିବ ଟାବଲେଟ୍
    ଦେଶ-ଦେଶାନ୍ତର

    ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଯୋଗାଇ ଦିଆଯିବ ଟାବଲେଟ୍

    13817
    Feb 11, 2026
  • ଦେଶର ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ନେବାରେ ଏଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ...
    ଦେଶ-ଦେଶାନ୍ତର

    ଦେଶର ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ନେବାରେ ଏଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ...

    15397
    Feb 12, 2026
  • ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି: ଯୋଗୀ ଆଦିତ୍ୟନାଥ
    ଦେଶ-ଦେଶାନ୍ତର

    ୯ ବର୍ଷରେ ଉତ୍ତର ପ୍ରଦେଶର ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି: ଯୋଗୀ ଆଦିତ୍ୟନାଥ

    14303
    Feb 11, 2026
  • ଆସନ୍ତାକାଲି ସେବା ତୀର୍ଥ ଭବନ କମ୍ପ୍ଲେକ୍ସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ଆସନ୍ତାକାଲି ସେବା ତୀର୍ଥ ଭବନ କମ୍ପ୍ଲେକ୍ସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

    13656
    Feb 12, 2026
  • ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା
    ଦେଶ-ଦେଶାନ୍ତର

    ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

    14420
    Feb 11, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......
    ବିଶେଷ

    ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    15608
    Feb 12, 2026
  • ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ମୋଦୀଙ୍କ ବିରୋଧରେ ବୋଲି କହିଲେ ରାହୁଲ
    ଦେଶ-ଦେଶାନ୍ତର

    ଆଦାନୀଙ୍କ ବିରୋଧରେ ମାମଲା ପ୍ରକୃତରେ ମୋଦୀଙ୍କ ବିରୋଧରେ ବୋଲି କହିଲେ ରାହୁଲ

    15284
    Feb 11, 2026
  • ବନ୍ଦେ ମାତରମ ପାଇଁ ଠିଆ ହେବା ବାଧ୍ୟତାମୂଳକ
    ଦେଶ-ଦେଶାନ୍ତର

    ବନ୍ଦେ ମାତରମ ପାଇଁ ଠିଆ ହେବା ବାଧ୍ୟତାମୂଳକ

    13680
    Feb 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦେଶର ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ନେବାରେ ଏଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ଧର୍ମେନ୍ଦ୍ର

    15397
    Feb 12, 2026
  • ଦେଶ-ଦେଶାନ୍ତର

    ବିଧାନସଭା କାର୍ଯ୍ୟ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଯୋଗାଇ ଦିଆଯିବ ଟାବଲେଟ୍

    13817
    Feb 11, 2026
  • ଦେଶ-ଦେଶାନ୍ତର

    ବନ୍ଦେ ମାତରମ ପାଇଁ ଠିଆ ହେବା ବାଧ୍ୟତାମୂଳକ

    13680
    Feb 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17334
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17402
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17747
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16222
    Apr 03, 2021

ବିଶେଷ

  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    15608
    Feb 12, 2026
  • ଦୃଷ୍ଟିଶକ୍ତି ପ୍ରଖର କରେ ଅମୃତଭଣ୍ଡା

    13550
    Feb 11, 2026
  • ତଳିପାଦ ଦେଖି ରୋଗ ବିଷୟରେ ଜାଣନ୍ତୁ .....

    14628
    Feb 10, 2026
  • ଅଜୀର୍ଣ୍ଣ ସମସ୍ୟା ଥିଲେ, କରନ୍ତୁ ଏହା

    15410
    Feb 09, 2026
  • ଗୋଲାପ ଦିବସ

    15992
    Feb 07, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14941
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14453
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16061
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15340
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

    14420
    Feb 11, 2026
  • ଆଜ୍‌ମା କମାଇବାକୁ ହେଲେ କରନ୍ତୁ ଏହା.......

    15608
    Feb 12, 2026
  • ବନ୍ଦେ ମାତରମ ପାଇଁ ଠିଆ ହେବା ବାଧ୍ୟତାମୂଳକ

    13680
    Feb 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In