ଅଷ୍ଟ ପ୍ରହରୀ ପୂଜା ସାରି ଝୁଲି ପଡିଲେ ଦମ୍ପତି
ଯାଜପୁର: ଅଷ୍ଟ ପ୍ରହରୀ ପୂଜାର୍ଚ୍ଚନା ସାରି ଘର ଭିତରେ ପଙ୍ଖାରେ ଝୁଲି ପଡିଲେ ଦମ୍ପତି। ଦୁଇ ବର୍ଷର ପୁଅକୁ ଛାଡି ଜୀବନ ହାରିଲେ ବାପ ମାଆ। ଝୁଲନ୍ତା ଅବସ୍ଥାରେ ସ୍ୱାମୀ ସ୍ତ୍ରୀ ଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ମଧୁପୁର ଗଡ଼ କୁକୁଡ଼ା ଖାଳି ଗାଁରେ। ଗାଁର ଜର୍ଜ ମଲିକ ଏବଂ ସ୍ତ୍ରୀ ଝରଣା ମଲିକ ଗାଁରେ ଚାଲୁଥିବା ଅଷ୍ଟ ପ୍ରହରୀ ପୂଜା ସାରି ଘରେ ଶୋଇଥିଲେ। କିଛି ଘଣ୍ଟା ପରେ ଝୁଲନ୍ତା ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିଥିଲା। ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
Powered by Froala Editor