ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ବନ୍ଦ ପାଳନ
ନବରଙ୍ଗପୁର: ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ବନ୍ଦ ପାଳନ ହେଉଛି । ସଂଗ୍ରାମୀ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ କଂଗ୍ରେସ ଏହାକୁ ସମର୍ଥଦନ କରିଛି। ଭୂ-ବନ୍ଦୋବସ୍ତ, ମେଡିକାଲ କଲେଜ, ଧାନ ମଣ୍ଡି ସମସ୍ୟା, ମକାର ଅଭାବୀ ବିକ୍ରି ଭଳି ସମସ୍ୟାର ସମାଧାନ ପାଇଁ ଉମରକୋଟ ସଂଗ୍ରାମ ମଞ୍ଚ ଗର୍ଜିଛି। ସରକାରୀ ଅବହେଳା ଓ ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଞ୍ଚ ଏବେ ଆନ୍ଦୋଳନ ପଥକୁ ଓହ୍ଲାଇଛି । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକକୁ ସମ୍ପୂର୍ଣ୍ଣ ଅଖ ଚକ ବନ୍ଦ ଡାକରା ଦିଆଯାଇଛି।
Powered by Froala Editor