ମହିଳାଙ୍କୁ ବାରମ୍ବାର ଦୁର୍ବ୍ୟବହାର ଅଭିଯୋଗ: ହୋମଗାର୍ଡ଼ଙ୍କୁ ମାଡ ମାରିଲେ ମହିଳା
ବଡ଼ଚଣା: ମହିଳାଙ୍କୁ ବାରମ୍ବାର ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ କନଷ୍ଟେବଳଙ୍କୁ ଗାଁର ମହିଳା ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏନେଇ କନଷ୍ଟେବଳଙ୍କୁ ସାହିର ଅନ୍ୟ ମହିଳା ବାରମ୍ବାର ବାରଣ କରିଥିଲେ ବି ସେ ମାନିନଥିଲେ। ସୂଚନାରୁ ଜଣାଯାଇଛି ଯେ ବଡ଼ଚଣା ଥାନା ଧାନମଣ୍ଡଳ ଫାଣ୍ଡିରେ ଗାଡ଼ି ଚଳାଉଥିବା ହୋମଗାର୍ଡ଼ ଆଲୋକ ପଣ୍ଡା ଫାଣ୍ଡି ନିକଟରେ ନିଜ ପରିବାର ନେଇ ରହୁଥିଲେ। ପ୍ରତ୍ୟେକ ଦିନ ସକାଳେ ସେହି ଗାଁର ଜଣେ ବିବାହିତ ମହିଳାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ। ରବିବାର ସକାଳେ ଗାଁ ନିକଟରେ ଥିବା ଗଛ ମୂଳରେ ହୋମଗାର୍ଡ଼ ଲୁଚି ବସିଥିଲେ। ହୋମଗାର୍ଡ଼ଙ୍କୁ କାହିଁକି ଏଠି ବସିଛ ବୋଲି ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ ଏବଂ ପ୍ରବଳ ମାଡ଼ ଖାଇଥିଲେ। ଘଟଣା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବଡ଼ଚଣା ଥାନା ଅଧିକାରୀ ସୁରେନ୍ଦ୍ର କୁମାର ଜେନା ସମ୍ପୃକ୍ତ ହୋମଗାର୍ଡ଼ଙ୍କୁ ଯାଜପୁର ଜିଲା ପୁଲିସ ମୁଖ୍ୟାଳୟ ପଠାଇ ଅଧିକ ତଦନ୍ତ ଚଳାଇଥିବା କହିଛନ୍ତି।
Powered by Froala Editor