କମ୍ ଦୃଶ୍ୟମାନତା ଯୋଗୁଁ ଅଜିତ୍ ଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା
ବାରାମତୀ ବିମାନ ଦୁର୍ଘଟଣା ଯେଉଁଥିରେ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା । ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଗୋଟିଏ ମାସ ପରେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ମୃତ୍ୟୁ ସମ୍ପର୍କରେ ଏହାର ପ୍ରଥମ ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଛି। ଏହା ପ୍ରାରମ୍ଭରେ ବିମାନବନ୍ଦରରେ ଅନେକ ତ୍ରୁଟିକୁ ଉଜାଗର କରିଥିଲା। ରିପୋର୍ଟରେ ଦୁର୍ଘଟଣା ସମୟରେ କମ୍ ଦୃଶ୍ୟମାନ ଏବଂ ବାରାମତୀ ବିମାନ ଷ୍ଟ୍ରିପରେ ସୁରକ୍ଷା ତ୍ରୁଟିକୁ ମୁଖ୍ୟ କାରଣ ବୋଲି ଚିହ୍ନଟ କରାଯାଇଛି ।
AAIB ଅନୁଯାୟୀ, ଦୁର୍ଘଟଣାଟି ଜରୁରୀକାଳୀନ ଅବତରଣ ସମୟରେ ଘଟିଥିଲା । ଅଜିତ ପାୱାରଙ୍କ ସହିତ ଉଭୟ ପାଇଲଟ, ତାଙ୍କ ସୁରକ୍ଷାକର୍ମୀ ଏବଂ ଜଣେ ବିମାନ ପରିଚାରିକା ମଧ୍ୟ ଏହି ଦୁର୍ଘଟଣାରେ ଆଖି ବୁଜିଥିଲେ । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଉଡ଼ାଣ ଅବତରଣ ସମୟରେ ବିମାନବନ୍ଦରର ଦୃଶ୍ୟମାନତା ମାତ୍ର ୩୦୦୦ ମିଟର ଥିଲା, ଯାହା ପ୍ରତିଷ୍ଠିତ ମାନଦଣ୍ଡ ତଳେ ଥିଲା।
କକପିଟ ଭଏସ ରେକର୍ଡ ଦୁର୍ଘଟଣାର ଠିକ୍ ପୂର୍ବରୁ ଓଃ ସିଟ୍ କରୁଥିବା ରେକର୍ଡ କରିଥିଲା । ସିଭିଆର ତଥ୍ୟ ପାଇଁ ହନିୱେଲ୍ ଠାରୁ ବୈଷୟିକ ସହାୟାତ ଲୋଡାଯାଇଛି । ତଦନ୍ତରେ ଅନ୍ତର୍ଜାତୀୟ ସହଯୋଗ ମଧ୍ୟ ନିଆଯିବ ।
Powered by Froala Editor