ରଶ୍ମିକାଙ୍କୁ ଶାଢ଼ୀ ଉପହାର
ବିଜୟଙ୍କ ସହ ବିବାହ ପରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଧାନା ଏବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ନିକଟରେ ତାଙ୍କର ରିସେପସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କୁ ନିମନ୍ତ୍ରଣ କରିଛନ୍ତି । ତେବେ ରେବନ୍ତଙ୍କ ପତ୍ନୀ ଗୀତା ଗୀତା ତାଙ୍କୁ ଏକ ସୁନ୍ଦର ଶାଢ଼ୀ ଉପହାର ଦେଇଛନ୍ତି ।
ରଶ୍ମିକା ଏବଂ ବିଜୟ ଫେବୃଆରୀ ୨୬ ତାରିଖରେ ଉଦୟପୁରରେ ଦକ୍ଷିଣ ଭାରତୀୟ ରୀତିନୀତି ଅନୁସାରେ ବିବାହ କରିଥିଲେ। ମାର୍ଚ୍ଚ ୪ ତାରିଖରେ ହାଇଦ୍ରାବାଦରେ ରିସେପ୍ସନ ହେବାର ଯୋଜନା ରହିଛି। ରିସେପ୍ସନରେ ବଲିଉଡ ଏବଂ ଦକ୍ଷିଣ ଭାରତର ବଡ଼ ବଡ଼ ଷ୍ଟାରମାନେ ଦେଖାଯିବେ। ଏହି ସମୟରେ,ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଭାଟି ବିକ୍ରମାର୍କ ମଧ୍ୟ ତାଙ୍କ ପତ୍ନୀଙ୍କ ସହିତ ରେବନ୍ତ ରେଡ୍ଡୀଙ୍କ ଘରକୁ ଯାଇଥିଲେ ଏବଂ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ତାଙ୍କ ପୁଅର ବିବାହକୁ ନିମନ୍ତ୍ରଣ କରିଥିଲେ।
ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ରଶ୍ମିକା ଲେଖିଛନ୍ତି କି, ମୁଁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କୁ ଭେଟି ନିମନ୍ତ୍ରଣ କଲି । ଏହାସହ ମୋତେ ଦେଇଥିବା ସୁନ୍ଦର ଉପହାର ପାଇଁ ଧନ୍ୟବାଦ । ମୋତେ ଦେଇଥିବା ଶାଢ଼ୀକୁ ମୁଁ ଏକ ବିଶେଷ ମୂହୁର୍ତ୍ତରେ ପିନ୍ଧିବି ।
Powered by Froala Editor