ରାଜନୈତିକ ଉଦ୍ଦେଶ୍ୟ ରଖି ଏସବୁ କରାଯାଉଛି: ବିକ୍ରମ ପଣ୍ଡା
ବ୍ରହ୍ମପୁର:ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଡା ସୁରକ୍ଷା ବଳୟ ଭିତରେ ଜେଲ୍ ରୁ ଏମକେସିଜି ମେଡିକାଲକୁ ନିଆଯାଇଛି। ଏତିକି ବେଳେ ସେ କହିଛନ୍ତି ପୀତବାସ ପଣ୍ଡା ହତ୍ୟା ମାମଲାରେ ମୋତେ ଫସାଇ ଦିଆଯାଇଛି । ମୁଁ ନିର୍ଦ୍ଦୋଷ, ଅଯଥାରେ ଉଦ୍ଦେଶ୍ୟମୂଳକ ଭାବେ ମୋତେ ଫସାଯାଇଛି। ମୋତେ ଓ ବିଜେଡିକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି। ରାଜନୈତିକ ଉଦ୍ଦେଶ୍ୟ ରଖି ଏସବୁ କରାଯାଉଛି।
୪ ମାସ ହେଲା ଜେଲ୍ ଭିତରେ ବି ଅସୁବିଧା କରାଯାଉଛି। ସେପଟେ ଜେଲ୍ରେ ୪ ମାସ ହେଲା ଅସୁବିଧା ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜେଲ୍ ଅଧୀକ୍ଷକ। ସେ କେବେ ଜେଲ୍ ଭିତରେ ଅସୁବିଧା ନେଇ ମୋତେ ଜଣାଇ ନାହାନ୍ତି ।
Powered by Froala Editor