ମର୍ମନ୍ତୁଦ ଦୁର୍ଘଟଣା: ବାଇକ ଆରୋହୀ ମୃତ
ପିପିଲି :ପିପିଲି ଥାନା ଅନ୍ତର୍ଗତ ସିଉଳା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜଣେ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକ ଭୁବନେଶ୍ଵର ଆଇଆରସି ଭିଲେଜର ଅଶ୍ବିନୀ କୁମାର ଦାଶ ବୋଲି ଜଣାପଡିଛି। ସେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗରେ ଜଣେ ସରକାରୀ କର୍ମଚାରୀ ।
କୌଣସି କାରଣରୁ ତାଙ୍କ ବାଇକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଜାତୀୟ ରାଜପଥ ପୁଲିସ ପେଟ୍ରୋଲିଂ ଟିମ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିପିଲି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor