୧୨ରେ ଦେଶବ୍ୟାପୀ ଧର୍ମଘଟ
ଭୁବନେଶ୍ବର: ଚଳିତ ମାସ ୧୨ରେ ଦେଶବ୍ୟାପୀ ଧର୍ମଘଟ (ଭାରତ ବନ୍ଦ) ଆହ୍ବାନ ଦେଇଛନ୍ତି ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ବାଧୀନ କର୍ମଚାରୀ ଫେଡେରେସନ ସଂଯୁକ୍ତ ମୋର୍ଚ୍ଚା। ଏହାକୁ ସଫଳ କରିବା ପାଇଁ ସିପିଆଇ ଭୁବନେଶ୍ୱର ଅଞ୍ଚଳ କମିଟି, ଏଆଇଟିୟୁସି ଓ ବିକେଏମ୍ୟୁ ପକ୍ଷରୁ ଶନିବାର ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା କରାଯାଇଛି। ସ୍କିମ୍ ୱାର୍କରଙ୍କୁ ୱାର୍କର ମାନ୍ୟତା ପ୍ରଦାନ, ଶ୍ରମିକଙ୍କୁ ମାସିକ ସର୍ବନିମ୍ନ ମଜୁରି ୨୬ ହଜାର ଟଙ୍କା ପ୍ରଦାନ ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ଭଗବତୀ ଭବନରୁ ବାହାରି ଥିବା ଶୋଭାଯାତ୍ରାରେ ରାଜମହଲ ଛକ ଓ ଅଶୋକନଗର ବସ୍ଷ୍ଟାଣ୍ଡଠାରେ ପଥପ୍ରାନ୍ତ ସଭା କରାଯାଇଥିଲା।
Powered by Froala Editor