ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ପଡୁଛି ଶୀତ
ଭୁବନେଶ୍ବର: ଉତ୍ତର, ଦକ୍ଷିଣ, ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ପାରଦ ତଳ ମୁହଁ ହୋଇଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ଫଳସ୍ବରୂପ ଉତ୍ତର, ଦକ୍ଷିଣ, ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ପଡୁଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଶୀତ କମିଛି। କନ୍ଧମାଳ ଜିଲାର ଘୁ.ଉଦୟଗିରିରେ ପାରଦ ୫.୬ ଡିଗ୍ରୀକୁ ହ୍ରାସ ପାଇଥିବା ବେଳେ ସେମିଳିଗୁଡ଼ାରେ ୯.୬, ଝାରସୁଗୁଡ଼ାରେ ୮.୮, ରାଉରକେଲାରେ ୭.୬, କିରେଇରେ ୯.୭, ଭୁବନେଶ୍ବରରେ ୧୭.୭ ଏବଂ କଟକରେ ୧୬.୪ଡିଗ୍ରୀ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି।
Powered by Froala Editor